ପୁରୀ :ଆଉ ଅଳ୍ପ ଦିନ କ ପରେ ମହା ପ୍ରଭୁ ଘୋଷ ଯାତ୍ରା ଅନୁଷ୍ଠିତଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ।
୧୯୭୧ ମସିହା ଭଳି ଏଥର ହେବ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନୀତିକାନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ହୋଇଛି ବଡ଼ ଚ୍ୟାଲେଞ୍ଜ। ତେଣେ ଗୋଟିଏ ଦିନରେ ଠାକୁରଙ୍କ ତିନି ତିନିଟି ବଡ଼ ନୀତିକାନ୍ତି ପଡୁଥିବାରୁ ଏଥର ନବଯୌବନ ଦର୍ଶନ ସହ ପହଣ୍ଡି ଟିକେଟ୍ ବିକ୍ରୀ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଛି ନିଷ୍ପତ୍ତି।
ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଗତକାଲି ଛତିଶା ନିଯୋଗରେ ଅନୁମୋଦିତ ରଥଯାତ୍ରା ନୀତିକାନ୍ତି ଓ ବ୍ୟବସ୍ଥାବଳୀ ଉପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିବା ପରେ ସ୍ପଷ୍ଟ ହୋଇଛି ଘୋଷଯାତ୍ରାର ଆଜି ଘୋଷଯାତ୍ରା ପାଇଁ ଆଜି ଦ୍ୱାତୀୟ ସମନ୍ଵୟ କମିଟି ବୈଠକ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା ରେ ପୁରୀ ପୌରସଦନ (ଟାଉନ ହଲ ) ଠାରେ ଆୟୋଜିତ ହୋଇଯାଇଛି।ଚଳିତ ବର୍ଷ ଚଳିତ ରଥଯାତ୍ରା ଶୃଙ୍ଖଳିତ ସହ ହେବ l ସ୍ୱାସ୍ଥ୍ୟ ବିଭାଗ କୁ ଆଇନ ମନ୍ତ୍ରୀ ଙ୍କ କଡା ନିର୍ଦେଶ ରଥଯାତ୍ରା ପାଇଁ ଅଂଶୁ ଘାତ ମୁକାବିଲା ପାଇଁ ଶହେ ଶଯ୍ୟା ବିଶିଷ୍ଟ ବେଡ଼ କରିବା କୁ ନିର୍ଦେଶ ଦେଇଛନ୍ତି l ରଥଯାତ୍ରା ସମୟ ରେ ଜଣେ ଡେପୁଟି ଅଫିସରଙ୍କୁ ନିଯୁକ୍ତି ଦିଅଜୀବ ଜଣା ପଡିଛି
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ