ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିରରୁ ପ୍ରଥମ ମୌସୁମୀରେ ଝରୁଛି ପାଣି

ଅଯୋଧ୍ୟା :ପ୍ରଥମ ମୌସୁମୀ ବର୍ଷା ସହିତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଛାତରୁ ପାଣି ବୁନ୍ଦା ଝରୁଛି। ଗର୍ଭଗୃହରେ ପାଣି ଜମା ହେବାର ଖବର ପ୍ରକାଶ ପାଇବା ପରେ ଏହା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି ।

ଏବେ ରାମ ମନ୍ଦିର ଟ୍ରଷ୍ଟ ମଧ୍ଯ ସ୍ୱୀକାର କରିଛି ଯେ ବର୍ଷା ସମୟରେ ଛାତରୁ ପାଣି ଲିକ୍ ହୋଇ ମନ୍ଦିରକୁ ଖସି ଥିଲା। ତେବେ ରାମ ମନ୍ଦିର ଟ୍ରଷ୍ଟି ଅନୀଲ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ଏବେ ମନ୍ଦିର ନିର୍ମାଣ କାର୍ଯ୍ଯ ଜାରି ରହିଛି। ତେଣୁ ପାଣି ସିଲ୍ କରାଯାଇ ନାହିଁ, ସେଥିପାଇଁ ପାଣି ଆସିଛି । ଏହି ସମସ୍ୟାରେ ସ୍ଥପତି ଡକ୍ଟର କେ. କେ. ଆସ୍ଥାନା କହିଛନ୍ତି ଯେ ରାମ ମନ୍ଦିର ଅସମ୍ପୂର୍ଣ୍ଣ ରହିଛି। ଏଠାରେ ଥିବା ରାମ ମନ୍ଦିରର ଗର୍ଭଗୃହ ଉପରେ ଛାତ ନାହିଁ। ଏହାର ଉପର ଚଟାଣରେ ମିନାରମାନ ନିର୍ମାଣ କରାଯାଇଛି।

ମନ୍ଦିର ନିର୍ମାଣ କମିଟିର ଅଧକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ବଡ଼ କାରଣ ହେଉଛି ପ୍ରଥମ ମହଲାରେ ବୈଦୁତିକ ତାର ବିଛାଯାଉଛି। କିଛି ପାଇପ୍ ଏବେ ବି ଖୋଲା ରହିଛି, ଏବେ ପାଇପ୍ ଜରିଆରେ ବର୍ଷା ପାଣି ତଳେ ପହଞ୍ଚିଛି। ନିର୍ମାଣ କାର୍ଯ୍ଯରେ କୌଣସି ଅଭାବ ନାହିଁ। ଏହା ବ୍ଯତୀତ ମନ୍ଦିରଟି ନାଗର ଶୈଳୀରେ ନିର୍ମାଣ କରାଯାଉଛି ତେଣୁ ପ୍ଯଭିଲିୟନ ଖୋଲା ରହିବ। ବେଳେବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ରାମଲାଲାଙ୍କ ପ୍ରଧାନ ପୁରୋହିତ ଆଚାର୍ଯ୍ୟ ସତ୍ଯନ୍ଦ୍ର ଦାସଙ୍କ କହିଛନ୍ତି , ଅତୀତରେ ମନ୍ଦିର ଗର୍ଭଗୃହ ଛାତରୁ ପାଣି ଝରୁଥିଲା। ଯାହାକୁ ସଂଶୋଧନ କରାଯାଇଥିଲା। କିନ୍ତୁ ଏବେ ବର୍ଷର ପ୍ରଥମ ବର୍ଷାରେ ଝରୁଛି ପାଣି। ଯେଉଁ ସ୍ଥାନରେ ପୂଜକ ଭଗବାନଙ୍କ ମନ୍ଦିର ସମ୍ମୁଖରେ ବସିଥାନ୍ତି ଓ ଲୋକମାନେ ଭିଆଇପି ଦର୍ଶନ ପାଇଁ ଆସନ୍ତି। ସେହି ସ୍ଥାନରେ ବର୍ଷା ଜଳ ଦ୍ରୁତ ଗତିରେ ଝରୁଛି। ଏହା ସ୍ୱାଭାବିକ ନୁହେଁ, ଏହା ଅତ୍ଯଧିକ ଯାହାକୁ ହଟାଇବା ମଧ୍ଯ କଷ୍ଟକର ଥିଲା।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ