ପୁରୀ :ସ୍ଥାନୀୟ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ରେ cultural development foundation ଓ IICAT ଗ୍ଲୋବାଲ university ର ମିଳିତ ଅନୁକୂଲ୍ୟ ରେ ଏକ ସୁନ୍ଦର ନୃତ୍ୟ କାର୍ଯ୍ୟକ୍ରମ ପାଳିତ ହେଉଛି ! ଏ ସମ୍ପର୍କରେ ଅର୍ଣ୍ଣପୂର୍ଣ୍ଣା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ! ସଂସ୍ଥା ର ଜାତୀୟ ସଭାପତି dr. ଉପେନ୍ଦ୍ର କୁମାର ଶର୍ମା ନିଜ ବକ୍ତବ୍ୟରେ କହିଥିଲେ, ଏହି କାର୍ଯ୍ୟକ୍ରମ 28,29 ଓ 30 ତାରିଖ ଯାଏଁ ଚାଲିବ !
ଏହି ସଂସ୍ଥାର ମୁଖ୍ୟ ଉଦେଶ୍ୟ ହେଲା ଆମ ସୁନ୍ଦର କଳା ସଂସ୍କୃତି କୁ ବିଦେଶରେ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରିବା ! ଏହି 3 ଦିନ କାର୍ଯ୍ୟକ୍ରମରେ କଲିକତା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦୀରୁ କଳାକାର ମାନେ ଆସିବେ ଓ ଶେଷଦିନ ଅର୍ଥାତ 30 ତାରିଖ ଦିନ ବିଭିନ୍ନ କ୍ଷେତ୍ର ରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବ !
ଓଡ଼ିଆ ଯାତ୍ରା ଜଗତକୁ ବଳିଷ୍ଠ ଅବଦାନ ପାଇଁ ନିର ସ୍ୱାଇଁ ଙ୍କୁ ଡକ୍ତରେଟ ଉପାଧିରେ ଭୁଷିତ କରାଯିବ, ରାଜେନ୍ଦ୍ର ପତି ଙ୍କୁ ଯାତ୍ରା ମଉଡମଣୀ, ଯାତ୍ରା ପରିଚାଳକ ଭାନୁ ମିଶ୍ର ଙ୍କୁ ଯାତ୍ରା ସୌଦାଗର, ରାମକୃଷ୍ଣ ମହାପାତ୍ର ଙ୍କୁ ନାଟ୍ୟ ଜ୍ୟୋତି, ଶରତ ମହାନ୍ତି ଙ୍କୁ କଳା ଶିରୋମଣି ଇତ୍ୟାଦି ସନମାନରେ ସନମାନିତ କରାଯିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ !ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାମକୃଷ୍ଣ ମହାପାତ୍ର, ଶରତ ମହାନ୍ତି, ସବିତା ହରିଚନ୍ଦନ, ଅର୍ପିତା ଚାଟର୍ଜି ଉପସ୍ଥିତ ଥିଲେ !
ରିପୋର୍ଟର – ସମୀର ରଞ୍ଜନ ନାୟକ