ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର :ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟ ଶାସନ ସଚିବ। ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ନିଯୁକ୍ତି ମିଳିଛି। ଏନେଇ ଜିଏ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ।ମନୋଜଙ୍କ ସହ ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇଏଏସ୍‌ ରହିଥିଲେ।

ତେବେ ବରିଷ୍ଠ ଦୃଷ୍ଟିରୁ ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଗରେ ରହିଥିଲେ। ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ଲାଗି ରହିଥିଲା। ସେଥିରେ ସରକାର ପୂର୍ଣ୍ଣଚ୍ଛେଦ ପାକାଇଛନ୍ତି । ମନୋଜ ଆହୁଜା ନୂଆ ଶାସନ ସଚିବ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!