ଜ୍ୱର ପୀଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ।

ପୁରୀ: ମହାପ୍ରଭୁ ଜ୍ୱରରେ ଚାଲିଛି ସେବା lମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ଦଇତାପତି ସେବକ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲାନୀତି ସହ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟାନୀତି ସରିଛି। ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଜ୍ୱର ପୀଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ। ସେପଟେ ଅଣସରର ଆଜି ହେଉଛି ଷଷ୍ଠୀ ତିଥି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ।

ଅଣସର ସୁଦ୍ଧସୁଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲକର୍ପୁର ଆଦି ସମିଶ୍ରଣ କରି ଏକ ଔଷଧୀୟ ଓସ୍ୱ ପ୍ରସ୍ତୁତ କରିଥାନ୍ତି । ଏହାକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି, ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଓସ୍ୱ ଲାଗି ସେବା ଷଷ୍ଠୀଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଚାଲିଥାଏ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!