ରଥ ଟାଣିବେ ରାଷ୍ଟ୍ରପତି କେନ୍ଦ୍ରୀୟ ଗୃହମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ

ଭୁବନେଶ୍ୱର : ଚଳିତ ଘୋଷଯାତ୍ରାରେ ରଥରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ରାଷ୍ଟ୍ରପତି । ନୂଆ ସରକାର ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ କରିଛି । ଅନେକ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି ଯୋଗଦେବେ । ସେପଟେ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡ଼ୁଛି । ତେଣୁ ଏହା ପ୍ରଶାସନ ପାଇଁ ବଡ଼ ଚ୍ଯାଲେଞ୍ଜ ସୃଷ୍ଟି କରିବ।

ରାଷ୍ଟ୍ରପତି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ୭ ତାରିଖରେ ସମଙ୍ଗ ପାର୍କିଂରେ ହୋଇଥିବା ହେଲିପ୍ୟାଡ୍ ରେ ଅବତରଣ କରିବେ । ସେଠାରୁ କାର୍ ରେ ସ୍ୱତନ୍ତ୍ର ସୁରକ୍ଷା ଭିତରେ ଲୋକନାଥ ରୋଡ଼ ଦେଇ ଶ୍ରୀମନ୍ଦିର ଉତ୍ତରଦ୍ୱାର ପର୍ଯ୍ୟନ୍ତ ଆସିବେ । ସେଠାରୁ ପୁଲିସ ସୁରକ୍ଷା କର୍ଡନ ଭିତରେ ପଶି ଲଙ୍ଗୁଳି ମଠ ନିକଟରେ ହୋଇଥିବା ମଞ୍ଚା ଉପରକୁ ଯିବେ । ସେଠାରେ ବସି ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରିବେ ଓ ରଥ ଟଣା ସମୟ ହେଲେ ରଥ ଟାଣିବାକୁ ଯିବେ ।

ଏହି ମଞ୍ଚା ଉପରେ ତାଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରମୁଖ ବସି ରଥାରୁଢ଼ ଠାକୁରଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସହ ଏହି ଭିଭିଆଇପିମାନେ ମଧ୍ୟ ରଥ ଟାଣିବା କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ରଥ କର୍ଡନ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ପ୍ରାଥମିକତା ଦିଆଯାଉଛି ।ଭିଆଇପି ଓ ଭିଭିଆଇପିଙ୍କ ପାଇଁ ୪ଟି ଭକ୍ତ ନିବାସରେ ୩୫୦ଟି ରୁମ୍‌ର ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତିଙ୍କ ପାଇଁ ରାଜଭବନରେ ରହିବାର ବ୍ୟବସ୍ଥା ହୋଇଥିବା

ଗୋଟିଏ ପଟେ ରଥଯାତ୍ରା ଭିଡ଼ ଅନ୍ୟପଟେ ଭିଭିଆଇପିଙ୍କ ଗହଳି । ଏହାଦ୍ବାରା ନୀତି ପ୍ରଭାବିତ ହେବାର ଆଶଙ୍କା କରିଛନ୍ତି ସେବାୟତ। କୌଣସି ବିଶିଷ୍ଟ ଅତିଥି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନ କରିବାକୁ ଅନୁରୋଧ କରିଛନ୍ତି ପରିଚାଳନା କମିଟି ସଦସ୍ୟ।

Leave a Reply

Your email address will not be published. Required fields are marked *

error: Content is protected !!