ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାରର ୧୭ଶ ସ୍ଵନକ୍ଷତ୍ର ଉତ୍ସବ ପାଳନ

ପୁରୀ: ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳିତ। ଏହି ଅବସରରେ ରାଜ୍ୟସ୍ତରୀୟ ବକୃତା,ଗଣିତ ସମାଧାନ,ପ୍ରବନ୍ଧ ପ୍ରତିଯୋଗିତା ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଥିବା ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ। ବିଭିନ୍ନ ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ବକୃତାରେ ଜୁନିଅର ବିଭାଗରେ ମୟଙ୍କ ସେନାପତି ସେଣ୍ଟ ଯାଭିଅର ହାଇସ୍କୁଲ୍ର ପ୍ରଥମ,ସିବାଙ୍ଗି ମହାପାତ୍ର ମଦର ପବ୍ଲିକ ସ୍କୁଲ ଦ୍ୱିତୀୟ,ଅନୁରାଗ ଆଚାର୍ଯ୍ୟ ଡ଼ି ଏ ଭି ପବ୍ଲିକ ସ୍କୁଲ ତୃତୀୟ

ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ସରକାରୀ ବାଳିକା ବିଦ୍ୟାଳୟର ଅନୁଷ୍କା ମହାନ୍ତି ପ୍ରଥମ, ଦ୍ୱିତୀୟ ସ୍ଥାନରେ ପ୍ରୀୟଂସି ସାହୁ ମହନ୍ତ ଗଦାଧର ଉଚ୍ଚ ବିଦ୍ୟାଳୟ,ଚନ୍ଦନପୁର,ତୃତୀୟ ସ୍ଥାନରେ ସ୍ମୃତି ରେଖା ସାହୁ ଡ଼ି ଏ ଭି ପବ୍ଲିକ ସ୍କୁଲ ରହିଛନ୍ତି | ସେହିପରି ଗଣିତ ସମାଧାନରେ ପ୍ରଥମ ସ୍ଥାନ ରେ ଯୁଗ୍ମ ଭାବରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସାର୍ଥକ ସାମନ୍ତ ରାୟ ଓ ସରସ୍ଵତୀ ଶିଶୁ ମନ୍ଦିର ଛତ୍ରପୂରୁ ଗଞ୍ଜାମ ର ଛାତ୍ର ଅଙ୍କିତ କୁମାର ଆଚାର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥା କ୍ରମେ ଭୋଲାନଥ ବିଦ୍ୟାପୀଠ ର ଓମ୍ ପ୍ରକାଶ ମିଶ୍ର ଓ ଉପେନ୍ଦ୍ର ପରିଡ଼ା ରହିଛନ୍ତି।

ପ୍ରତିଯୋଗିତାର ବିଚାରକଭାବରେ ଶ୍ରୀ ଶିବ ସୁନ୍ଦର ମିଶ୍ର,ବାସନ୍ତୀ ଦେବୀ, ଡ.ମନ୍ସା ଶ୍ରୀଚନ୍ଦନ, ଡ.ପ୍ରଦ୍ୟୁତି ଦାସ,ଦିବକାର ଦଳାଇ, ଶୁଭନରୟାଣ ଶତପଥୀ ଓ ସହଦେବ ସାହୁ ପ୍ରଭୃତି ବିଭିନ୍ନ ବିଭାଗର ବିଚାରକ ଭାବେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଥିଲେ। ସୁଖଲତା ସ୍ମୃତି ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚରିତା ପ୍ରତିହାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କ ଲୁକାଇତ ପ୍ରିତିଭା ବିକାଶ କରିବା ଦିଗରେ ଶିଶୁ ସମାଚାର ପ୍ରୟାସକୁ ପ୍ରଶଂସା କରିଥିଲେ।

ଅନୁଷ୍ଠାନର ବରିଷ୍ଠ ସଦସ୍ୟା ଶରତ ରାୟ ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବନିତା ଦୀକ୍ଷିତ, ଶ୍ରୀୟଶ୍ରି ପଣ୍ଡା,ସୁଭାଜିତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶିଶୁ ସମାଚାର ଉତ୍ସବ କମିଟିର ଉପାଧ୍ୟକ୍ଷ ସିଦ୍ଧାର୍ଥ ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।ସୂଚନା ଯୋଗ୍ୟ ଯେ ଆସନ୍ତା ଜୁଲାଇ ମାସ ୨୩ ତାରିଖ ରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ସମସ୍ତ କ୍କୃତି ପ୍ରତିଯୋଗୀ ମାନଙ୍କୁ ଶିଶୁ ସମାଚାର ସ୍ୱନକ୍ଷତ୍ର ଉତ୍ସବ ଅଗଷ୍ଟ ଦଶ ତାରିଖ ଦିନ ପୌରିସଦନ ଠାରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ସମ୍ପାଦକ ସୂଚନା ଦେଇ ଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!