ପୁରୀ ରଥଯାତ୍ରା ରେ ବଡ଼ଶଙ୍ଖ ଠାରୁ ବସଷ୍ଟାଣ୍ଡ ବ୍ୟବସାୟିକ ଷ୍ଟଲ ମନା – ହାଇକୋର୍ଟ

କଟକ: ରଜତ କୁମାର ସାହୁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ କାରଣରୁ ପୁରୀ ବଡ଼ ଶଂଖ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ପୁରୀ ମ୍ୟୁନିସିପାଲିଟି ବେଆଇନ ଭାବେ ଟେଣ୍ଡର ଆହ୍ବାନ କରି ବ୍ୟାବସାୟିକ ଷ୍ଟଲ ନିର୍ମାଣ କରି ଲକ୍ଷାଧିକ ଟଙ୍କା ଆୟ କରିଆସୁଥିଲା ତେବେ ୨୦୧୬ ରେ ଏକ ଜନସ୍ବାର୍ଥ ମାମଲା ଶୁଣାଣି କରି ମାନ୍ୟବର ହାଇକୋର୍ଟ ବ୍ୟବସାୟିକ ଷ୍ଟଲ ନିର୍ମାଣ ରେ ରୋକ ଲଗାଇବା ଫଳରେ ରଥଯାତ୍ରା ଦୁଇଦିନ ପରେ ଷ୍ଟଲ ଗୁଡିକ ଉଛେଦ କରାଯାଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ପୁରୀ ମ୍ୟୁନିସିପାଲିଟି ହାଇକୋର୍ଟ ଙ୍କ ଆଦେଶ ନ ମାନି ଜାତୀୟ ରାଜପଥ ର ସ୍ପଷ୍ଟ ଆଦେଶ ଥାଇ ମଧ୍ୟ ପୁରୀ ମ୍ୟୁନିସିପାଲିଟି ବ୍ୟବସାୟିକ ଷ୍ଟଲ ନିର୍ମାଣ କରିଆସୁଥିଲା । ତେବେ ଆଜି ସମାଜସେବୀ ରଜତ କୁମାର ସାହୁ ଙ୍କ ଦ୍ଵାରା ଆଗତ ଜନସ୍ବାର୍ଥ ମାମଲା WP(C) 15116/2024 ବିଚାର କରି ମାନ୍ୟବର ମୁଖ୍ୟବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥ ଙ୍କ ଖଣ୍ଡପୀଠ ପୁରୀ ମ୍ୟୁନିସିପାଲିଟି ଓ ଜାତୀୟ ରାଜପଥ ଡିଭିଜନ କୁ ସ୍ପଷ୍ଟ ଆଦେଶ ଦେଇଛନ୍ତି ଆସନ୍ତା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବଡ଼ଶଙ୍ଖ ଠାରୁ ବସଷ୍ଟାଣ୍ଡ ଉଭୟ ପାର୍ଶ୍ବରେ କୌଣସି ବ୍ୟବସାୟିକ ଷ୍ଟଲ ନିର୍ମାଣ ହୋଇପାରିବ ନାହିଁ ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!