ପୁରୀ: ଶ୍ରୀ ରାମଚନ୍ଦ୍ର ସ୍ବାମୀ ଚାରିଟେବୁଲ ଟ୍ରଷ୍ଟ, ଥାନାପତି ମାର୍ଗ ଲୋକନାଥ ରୋଡ , ଶଙ୍କର ପୁର ଆନୁକୁଲ୍ୟରେ ଟ୍ରଷ୍ଟ ର ପ୍ରତିଷ୍ଠାତା ଏବଂ ପ୍ରଥମ୍ ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ନୁଜ ଦାସ ( ଥାନାପତି ମହାରାଜ) ଙ୍କର ସ୍ୱର୍ଗା ରୋହଣ ର ଦ୍ଵାଦଶ ବର୍ଷ ପୂର୍ତ୍ତି ଅବସରରେ ତାଙ୍କର ବୈକୁଣ୍ଠତ୍ସବ ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ବିଧି ବିଧାନ ଅନୁସାରେ ଉଦ୍ଯାପିତ ହୋଇଛି I ପରିମାପ୍ତି ଦିନ ଅର୍ଚ୍ଚିରାଦ ମାର୍ଗ , ଗଦ୍ୟତ୍ରୟ , ଦିବ୍ୟପ୍ରବନ୍ଧ ପାଠ ଏବଂ ରାମନୁଜ ବିରୁଦାବଳୀର ପାଠ କରାଯାଇ ପଞ୍ଚରାତ୍ରୀୟ ଆଗମ ପଦ୍ଧତି ଅନୁସାରେ ଯଜ୍ଞ ହୋଇଥିଲା ।
ନିଜ ହସ୍ତରେ ଇନ୍ଦୁଦଣ୍ଡ ଧରି ଶତାଧିକ ଶ୍ରୀ ବୈଷ୍ଣବ ବାଲାଜୀ ବେଙ୍କେଟେଶ୍ୱର ମନ୍ଦିର ସହ ଆଶ୍ରମର ପରିକ୍ରମା କରି ତର୍ପଣ କାର୍ଯ୍ୟ ଉପରାନ୍ତେ ଦଣ୍ଡ ଭଙ୍ଗ କରିଥିଲେ । ଏ ସୁଯୋଗରେ ରୌପ୍ୟ କବଗାଦି ପରିହିତ ଶ୍ରୀ ବେଙ୍କେଟେଶ୍ୱର ଭଗବାନ ଖୁବ୍ ଜାଜୁଲ୍ୟ ମାନ ଶ୍ରୁଙ୍ଗlରେ ପ୍ରକାଶିତ ହେଉଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ବର୍ତ୍ତମାନ ଅଧ୍ୟକ୍ଷ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସ ଙ୍କ ସତ୍ ପ୍ରେରଣାରେ ସମାହିତ ହୋଇଥିଲା । ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟ ଡକ୍ଟର ଶ୍ରୀ ବିଜୟ ନାରାୟଣ ରାମାନୁଜ ଦାସ , ଶ୍ରୀ ସୁରେଶ ଶର୍ମା , ଶ୍ରୀ ରମେଶ ଶର୍ମା , ଶ୍ରୀ ସୁଦର୍ଶନ ରାମାନୁଜ ଦାସ ,ଶ୍ରୀ କମଲ ଟେବଡିୱାଲ୍ ଓ ଶ୍ରୀ ବିଷ୍ଣୁ ଯୋଶୀ ଆଦି ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତା ରୂପରେ ଶ୍ରୀ ସୁରେଶ ଶର୍ମା ସସ୍ତ୍ରିକ ଥିଲେ ।
ସାହସ୍ରାଧିକ ଲୋକଙ୍କର ବୃହତ ଭଣ୍ଡାରା ପ୍ରସାଦ ବିତରଣ କରାଯାଇଥିଲା । ସନ୍ଧ୍ୟା ସମୟରେ ଏକ ବୃହତ ସନ୍ଥ ସମ୍ମିଳନୀରେ ପୁରୀ ଏବଂ ବାହାର ମଠାଧୀଶ ଏବଂ ସାଧୁସନ୍ଥ ଙ୍କର ଉପସ୍ଥିତି ଦର୍ଶନୀୟ ହୋଇଥିଲା । ସ୍ମୃତି ଚାରଣ ସଭାରେ ପୂର୍ବ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ସମେତ ଉତ୍ତର ପାର୍ଶ୍ଵ ମଠର ମହନ୍ତ ନାରାୟଣ ରାମାନୁଜ ଦାସ, ନେବଳ ଦାସ ମଠର ମହନ୍ତ ଡ ରାମ ଚରଣ ଦାସ ,ପାପୁଡ଼ିଆ ମଠର ମହନ୍ତ ,କଟକିମଠର ମହନ୍ତ , ରାଧେଶ୍ୟାମ ମଠର ମହନ୍ତ ସୁବଳ ଚରଣ ଦାସ,ହାତୀ ଆଖଡ଼ା ,ମହି ପ୍ରକାଶ ମଠର ମହନ୍ତ ସ୍ବାମୀ ସୁଭା ନନ୍ଦ ପୁରୀ ଦାସ ଜୀ, ମଙ୍ଗୁମଠ ଆଦି ମଠାଧୀଶ ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଶ୍ରୀ ମହାପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଥିଲା।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ