ରଥଯାତ୍ରା ଇତିହାସରେ ପ୍ରଥମ ଥର ରଥ ଟାଣିଲେ ରାଷ୍ଟ୍ରପତି

ପୁରୀ :ରଥଯାତ୍ରା ଇତିହାସରେ ପ୍ରଥମଥର ରାଷ୍ଟ୍ରପତି ଟାଣିବାକୁ ଆସିଲେ ରାଷ୍ଟ୍ରପତି।ପୂର୍ବ ନିର୍ଧାରଣ କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ ଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ସୁରକ୍ଷା ଭିତରେ ଆସି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ। ପରେ ପ୍ରଣାମ ଜଣାଇ ଓ ହାତ ଟେକି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପବିତ୍ର ରଥଯାତ୍ରାରେ ଶ୍ରୀକ୍ଷେତ୍ର ଆସି ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ଦଉଡ଼ି ଛୁଇଁ ମୁଣ୍ଡିଆ ମାରିଛନ୍ତି। ବଡ଼ଦାଣ୍ଡରେ ରଥାରୂଢ଼ ଠାକୁରଙ୍କୁ ଆଣ୍ଠୁମାଡ଼ି ପ୍ରଣାମ ଜଣାଇବା ସହ କୃପାଭିକ୍ଷା କରିଛନ୍ତି। ଦର୍ଶନ ବେଳେ ଭାବବିହ୍ବଳ ହୋଇଛନ୍ତି ରାଷ୍ଟ୍ରପତି।

ଦର୍ଶନ ବେଳେ ଗଜପତି ମହାରାଜା ରାଜନଅରରୁ ତାମଯାନରେ ଛେରାପହଁରା ପାଇଁ ରଥକୁ ଯିବା ବାଟରେ ଗଜପତିଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି। ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି।ବାର୍ତ୍ତାଳାପ ବେଳେ ଗଜପତି ମହାରାଜା ନିଜ ବେକରେ ପକାଇଥିବା ପଦ୍ମଫୁଲ ମାଳ ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି।

ଏହି ଅବସରରେ ମଞ୍ଚାସୀନ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସଂଖ୍ୟା ଲୋକାର୍ପିତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!