କଟକ :ଓଡ଼ିଆ ସଂଗୀତରେ ଆଧୁନିକ ଓ ଚଳଚିତ୍ର ଗାୟକ ହିସାବରେ ଏହି ନାଁ ଟି ଖୁବ ପ୍ରସିଦ୍ଧି ଲାଭ କରିଛି। ଟିଭି ରିୟାଲିଟି ସୋ ରୁ ସଂଗୀତ ଜଗତରେ ପ୍ରବେଶ କରିଥିଲେ। ନିଜ ସୁମଧୁର ସ୍ୱର ପାଇଁ କମ ଦିନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ତ୍ହ୍ୟୁମାନ ସାଗର ନାଁ ଟି ବର୍ତମାନ ସମୟରେ ବେଶ ଚର୍ଚିତ। କିଛି ସୁନାମ ଓ ଅନେକ ଦୁର୍ନାମ ରହିଛି ଗାୟକଙ୍କ ନାଁ ରେ। କିଛିଦିନ ପୂର୍ବରୁ ନିଜ ସ୍ତ୍ରୀ ଙ୍କୁ ନିର୍ଯାତନା, ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ମନାକରିବା, ନିଶା ସେବନ କରି ଷ୍ଟେଜରେ ସଂଗୀତ ପରିବେଷଣ କରିବା ଭଳି ଅନେକ ଅଭିଯୋଗ ଆସିଛି। ସ୍ୱାଭାବିକ ଶାନ୍ତ ରହୁଥିବା ଓଡ଼ିଆ କିନ୍ତୁ ବେଶ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ପ୍ରକାଶ ଥାଉ କି ସୋସିଆଲ ମିଡ଼ିଆରେ ଉପରୋକ୍ତ ଗାୟକଙ୍କ ଏକ ଭିଡିଓ କ୍ଲିପ ଘୁରି ବୁଲୁଛି। ଯେଉଁଥିରେ ସେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ କାଳଜୟୀ ଜଗନ୍ନାଥ ଭଜନକୁ କଦାର୍ଥ କରୁଛନ୍ତି। ଉକ୍ତ କ୍ଲିପରେ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ମିଶି ଅତି ଅଭଦ୍ର ଭାବରେ ଗାଉଛନ୍ତି ଓ ବ୍ୟବହାର କରୁଛନ୍ତି।
ସୂଚନା ଯୋଗ୍ୟ ଯେ କଳାକାର ଜଣକ ଭିନ୍ନ ସମ୍ପ୍ରଦାୟର। ବାରମ୍ବାର ଜଗନ୍ନାଥ ଭାବନା ଉପରେ ଏପରି ଆକ୍ରମଣ କରି ନିଜ ପ୍ରମୋସନ କରିବାକୁ ଚାହୁଁଛନ୍ତି। କ୍ଲିପଟି ଦେଖି ସାଧାରଣରେ କଳାକାରଙ୍କ ଉପରେ ପ୍ରଶାସନ,ରାଜ୍ୟସରକାର, ପୋଲିସ ପ୍ରଶାସନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଓଡ଼ିଆ ସଂଗୀତ ଦୁନିଆରୁ ବାସନ୍ଦ କରିବାକୁ ଦାବି ହେଉଛି।