ସାରା ବିଶ୍ୱ ଜଗନ୍ନାଥମୟ , ଆମେରିକାର ରୋଜେନବର୍ଗରେ ପାଳିତ ହେଲା ଘୋଷଯାତ୍ରା

ଭୁବନେଶ୍ୱର: କେବଳ ଶ୍ରୀକ୍ଷେତ୍ରରେ ନୁହେଁ ସାରା ବିଶ୍ୱର କୋଣ ଅନୁକୋଣରେ ଜଗନ୍ନାଥ ପ୍ରେମୀ ଙ୍କ ଦ୍ୱାରା ପାଳିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଆମେରିକାର ଟେକ୍ସାସ ଅନ୍ତର୍ଗତ ରୋଜେନବର୍ଗରେ ବି ଭକ୍ତ ଟାଣିଲେ ପ୍ରଭୁଙ୍କ ରଥ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ସାହର ଉଦ୍ଦୀପନା ସହ ଶ୍ରୀଗୁଣ୍ଡିଚା ଯାତ୍ରା ପାଳିତ ହୋଇଛି । ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଏହାର ଆୟୋଜନ କରାଯାଇଥିଲା । ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ।

ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥକୁ ନିଆ ଯାଇଥିଲା । ଶିଶିର ଦାସମହାପାତ୍ର ରଥରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ହୋଇଥିଲା । ଉତ୍ସବରେ ପ୍ରବାସୀ ଓଡ଼ିଆମାନଙ୍କ ସହ ବିଭିନ୍ନ ଜାତି ଧର୍ମର ଜଗନ୍ନାଥ ପ୍ରେମୀ ଭାଗ ନେଇଥିଲେ । ଏହି ଅବସରରେ ଭଜନ, ସଂକୀର୍ତ୍ତନ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସ୍ଥାନୀୟ ଓଡ଼ିଆ ସଂଗଠନ ରଥଯାତ୍ରାର ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!