ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ ରୁଷିଆ ଗସ୍ତରେ ଅଛନ୍ତି।ରୁଷରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି । ଏଥର ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା ।ସମସ୍ତ ରାଜ୍ୟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ଏନଡିଏ ସରକାର ଗଠନ କରିଛି ବୋଲି କହିଥିଲେ ।
ଓଡ଼ିଶା ଏଥର ବିପ୍ଳବ ଆଣିଛି ବୋଲି ମୋଦି କହିଛନ୍ତି । ଏହି ଅବସରରେ ମୋଦି କାନ୍ଧରେ ପକାଇଥିବା ଓଡ଼ିଶାର ସମ୍ବଲପୁରୀ ସ୍କ୍ରାପ ମଧ୍ୟ ଦେଖାଇଥିଲେ । ଏବେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି ବୋଲି ମୋଦି କହିଥିଲେ । ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋରେ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି ।
ନୂଆ ଭାରତ ବଦଳୁଛି କାରଣ ଏହାର ୧୪୦ କୋଟି ନାଗରିକଙ୍କ ଦେଶପ୍ରତି ସମର୍ପଣ ଓ ସାମର୍ଥ୍ୟ ଉପରେ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ୍ ବିଜୟ ଉପରେ ଆଲୋଚନା କରିଛନ୍ତି। ସେ ନିଜେ, ଭରାତବାସୀଙ୍କ ସହ ଆହୁରି କଠିନ ପରିଶ୍ରମ କରିବେ ଓ ଭାରତକୁ ୩ ଆର୍ଥିକ ମହାଶକ୍ତିରେ ପରିଣତ କରିବେ। ସମସ୍ତେ ମିଶି କାମକଲେ ଭାରତ ଆହୁରି ଉନ୍ନତି କରିବ ବୋଲି ଆଶା କରିଥିଲେ ପ୍ରଧାନମନ୍ତ୍ରୀ