ବିଶ୍ୱକୁ ଭାଇଚାରା ଓ ସ୍ୱଛତାର ବାର୍ତ୍ତା ଦେଇଥାଏ ମହାପ୍ରଭୁଙ୍କ ରଥ ଯାତ୍ରା।କେବଳ ଓଡିଶା କି ଭାରତରେ ନୁହେଁ ବିଶ୍ୱର କୋଣ, ଅନୁକୋଣରେ ପାଳିତ ହେଉଛି ରଥଯାତ୍ରା।ଅଷ୍ଟ୍ରେଲିଆର ପ୍ରମୁଖ ସହର ମେଲବୋର୍ଣ୍ଣରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡିଛି । ଏଠାକାର ପ୍ରବାସୀ ଓଡ଼ିଆମାନଙ୍କୁ ଦ୍ୱାରା ଗଠିତ ଜଗନ୍ନାଥ ସଂସ୍କୃତି ଓ ଭକ୍ତ ଆସୋସିଏସନ୍ ପକ୍ଷରୁ ହାଲାମ ରିକ୍ରିଏସନ୍ ରିଜର୍ଭ ଠାରେ ପ୍ରଥମ ଥର ରଥଯାତ୍ରା ଅନୁଷ୍ଠିତ କରାଯାଇଥିଲା।
ପ୍ରାୟ ୪୦୦ ଜଗନ୍ନାଥ ଭକ୍ତ ଉତ୍ସବରେ ଯୋଗ ଦେଇ ରଥ ଟାଣିଥିଲେ । ଭକ୍ତମାନେ ୧୩ ଫୁଟ ଉଚ୍ଚର ଏକ ରଥ ନିର୍ମାଣ କରିବା ସହ ଏଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବସାଇ ରଥ ପରିକ୍ରମା କରିଥିଲେ । ଏହି ଅବସରରେ ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ କୁନି କୁନି ପିଲାମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ।ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାରରେ ଏହି ପ୍ରବାସୀ ଓଡ଼ିଆ ସଂଗଠନର ସଦସ୍ୟମାନେ ନିରନ୍ତର ଉଦ୍ୟମ ଚଳାଇଛନ୍ତି ।