ପୁରୀ :ଆରମ୍ଭ ହୋଇଛି ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତି l କାଳିଆ ଶାନ୍ତ ଜନ୍ମ ବେଦୀ ରୁ ରତ୍ନ ବେଦୀ କୁ ଫେରିଵେ, ପାଖେଆସୁଛି ବାହୁଡ଼ା ଯାତ୍ରା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିଛି ତିନି ରଥ । ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି । ହେରା ପଞ୍ଚମୀ ନୀତ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ କରାଯାଇଛି । ପରେ ତାଳଧ୍ୱଜ ଏବଂ ନନ୍ଦିଘୋଷ ଟଣାଯାଇଛି ।

ଅନ୍ୟପଟେ ଗତକାଲି ଶ୍ରୀକ୍ଷେତ୍ରରେ ସରିଛି ହେରା ପଞ୍ଚମୀ ନୀତି । ବିଧି ପରମ୍ପରା ଅନୁଯାୟୀ, ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କାଠ ଖଣ୍ତେ ଭାଙ୍ଗିଥିଲେ।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ