ପୁରୀ :ଶେଷରେ ବହୁ ବାଦ ବିବାଦ ପରେ ଖୋଲିଛି ରତ୍ନ ଭଣ୍ଡାର। ପ୍ରଥମେ ଶ୍ରୀଲୋକନାଥଙ୍କ ନିକଟରେ କରାଯାଇଥିଲା ପୂଜାପାଠ। ଏହାପରେ ମା ବିମଳା ଏବଂ ମା ଲକ୍ଷ୍ମୀଙ୍କ ନିକଟରୁ ଅନୁମତି ଆସିବା ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଛି। ଏହା ନିର୍ଦ୍ଧାରିତ ସମୟ ୧ ଟା ୨୮ ମିନଟରେ ଖୋଲିବା ପରେ ବାହାର ରତ୍ନ ଭଣ୍ଡାରକୁ ତଦାରଖ କରିଛନ୍ତି କମିଟ।ରତ୍ନ ଭଣ୍ଡାର ଖୋଲିବା ସମୟ ଏକ ଅଘଟଣ ତାହା ହେଲା ଯେ, ରତ୍ନ ଭଣ୍ଡାର ଖୋଲିବା ପରେ ସେଠାରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର।
ସେ ଶ୍ବାସ ପ୍ରଶ୍ବା, ନେବାରେ କଷ୍ଟ ଅନୁଭବ କଲେ। ଫଳରେ ସେ ସେଠାରେ ବସି ପଡିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ସି ବି କେ ମହାନ୍ତି ତାଙ୍କର ଚିକିତ୍ସା କରିଥିବାର ସୂଚନା ମିଳିଥିଲା lତେବେ ଏସପି ପିନାକ ମିଶ୍ର ବାହାରକୁ ଆସି ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସେମିତି କିଛି ଘଟି ନାହିଁ। ମୁଁ ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇଛି। ଯାହା କୁହାଯାଉଛି ତାହା ମିଛ କଥା ବୋଲି ଖୋଦ ପିନାକ ମିଶ୍ର କହିଛନ୍ତି।