ନୀଳକନ୍ଦର ଅଭିମୁଖେ ବାହୁଡିବେ ନୀଳମଣି । ଆଜି ଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ

ପୁରୀ :ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଥିଲା। ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବା ଢାଡିରେ ଭକ୍ତ ମାନେ ଠୀଆ ହୋଇ ଥିଲେ lସଂଧ୍ୟା ୫ ଯାଏଁ ଆଡ଼ପ ଦର୍ଶନହୋଇ ରବିବାର ସନ୍ଧ୍ୟା ୫ଟାରୁ ଆଡ଼ପମଣ୍ଡପରେ ବନ୍ଦ ହୋଇ ଥିଲା ସର୍ବସାଧାରଣ ଦର୍ଶନ। ଏଣୁ ଧାର୍ଯ୍ୟ ସମୟ ମଧ୍ୟରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ନବମୀ ଦର୍ଶନ ହୋଇଥିଲା ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ମନ୍ଦିରକୁ ଆସିଛନ୍ତି ମହାପ୍ରଭୁ।ଏବେ ଶ୍ରୀମନ୍ଦିରକୁ ବାହୁଡ଼ିବା ପାଇଁ ମନ ବଳାଇଛନ୍ତି ମହାପ୍ରଭୁ।

ଏଥିପାଇଁ ଶୁକ୍ରବାର ତାଳଧ୍ଵଜ ଏବଂ ଦର୍ପଦଳନ ରଥକୁ କରାଯାଇଥିଲା ଦକ୍ଷିଣମୋଡ଼। ରାତି ହୋଇଯାଇଥିବାରୁ ଶନିବାର ସକାଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ କରାଯାଇଛି ଦକ୍ଷିଣ ମୋଡ଼। ୧୫ ତାରିଖରେ ଅନୁଷ୍ଠିତ ହେବ ବାହୁଡ଼ାଯାତ୍ରା। ଆଡ଼ପମଣ୍ଡପରୁ ପହଣ୍ଡି ହୋଇ ଆସି ରଥାରୂଢ ହେବେ ଶ୍ରୀବିଗ୍ରହ। ଏହାପରେ ବଡ଼ଦେଉଳ ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ସେପ ଟେ ମାଉସୀ ମା ମନ୍ଦିର ରେ ଚାଲିଛି ପୋଡ଼ ପିଠା ପ୍ରସ୍ତୁତି କାଳିଆ ଶାନ୍ତ ଶ୍ରୀ ମନ୍ଦିର କୁ ରଥ ବସି ଗଲା ବାଟ ରେ ମାଉସୀ ମା ମନ୍ଦିର ଠାରେ ଅଟକି ମାଉସୀ ମାରଙ୍କ ପୋଢ଼ ପିଠା ଖାଇଥାନ୍ତି

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!