ପୁରୀ :ଆଜି ପୁରୀ ଜିଲ୍ଲା ତଥା ଓଡ଼ିଶା ମତ୍ସ୍ୟ କର୍ମୀ ୟୁନିୟନ ପକ୍ଷରୁ ଏକ ଆଲୋଚନା ୟୁଥ ହଷ୍ଟେଟ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଆଲୋଚନାରେ ସେମାନଙ୍କର ସମସ୍ୟା ଗୁଡ଼ିକ ସମାଧାନ କଲେ ମତ୍ସ୍ୟଜୀବି ମାନଙ୍କର ଜୀବନ ଓ ଜୀବିକାର ଉନ୍ନତି ହୋଇପାରିବ ।
୧:- ପୁରୀ ଜିଲ୍ଲାର ମଞ୍ଜୁରୀ ଓ ଟେଣ୍ଡର ହୋଇଥିବା ପାଞ୍ଚ ଗୋଟି FLC ଏବଂ ଗୋଟିଏ ଫିଶୀଙ୍ଗ ହର୍ଭୋର୍ ର ନିର୍ମାଣ କାର୍ଯ୍ଯ ବର୍ତ୍ତମାନ ସୁଧା ଆରମ୍ୱ ହୋଇ ପାରିନାହିଁ । ସପକୋଟି, ପେନ୍ତକୋଟା, ଆରକୁଦା, ଚନ୍ଦ୍ରଭାଗା, କାଳିଆକୋଣ ଓ ନୂଆଗଡ (ଫିଶୀଙ୍ଗ ହର୍ଭୋର୍) ର ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଉ।
୨:- ପୁରୀ ଜିଲ୍ଲାର ଅବଶିଷ୍ଟ ମତ୍ସ୍ୟଜୀବି ଗ୍ରାମ ମାନଙ୍କର ନୂତନ ଫିଶିଂ ହର୍ଭୋର (Fishing Harbor )ଏବଂ ନୂତନ ଫିଶ ଲଣ୍ଡିଂ ସେଣ୍ଟର୍ (FLC) ଆବଶ୍ୟକର ବିଚାର କରି ମଞ୍ଜୁର କରାଯାଉ ।
୩:- ପୁରୀ ଜିଲ୍ଲାର ଫ୍ରେଶ ମାଛ ଏକାଠି ବିକ୍ରି ନିମନ୍ତେ ହାଇଜେନିକ୍ ଫିଶ୍ ମାର୍କେଟ ନିର୍ମାଣ କାର୍ଯ୍ୟ ପାଞ୍ଚ ବର୍ଷ ବିତିଗଲାଣି । ମାତ୍ର ଆଜି ପର୍ଯ୍ୟନ୍ତ ଉଦଘାଟନ ହୋଇ ପାରିଲା ନାହିଁ ତାହା ତୁରନ୍ତ ଲୋକାର୍ପଣ କରାଯାଉ ।
୪:- ପୁରୀ ଜିଲ୍ଲାର କୁଦ୍ର ମାନଙ୍କୁ PANI ଯୋଜନାରେ ଛାରିଟି ସମବାୟ ସମିତି ହିତାଧିକାରୀ ମାନଙ୍କୁ ଦିଆଯାଇଥିବା ୱର୍କୋର୍ଡର ୨୮ ଫୁଟ ଡ଼ଙ୍ଗା। ଏହା ପରିବର୍ତ୍ତେ ୨୨ ଫୁଟ ଡଙ୍ଗା ତିଆରି ନିମନ୍ତେ ସରକାରୀ ଆଦେଶ ପାଇଁ ତୁରନ୍ତ ବିଚାର କରାଯାଉ ।
୫:- ପୁରୀ ଜିଲ୍ଲାର ସମସ୍ତ ମତ୍ସ୍ୟ ସମବାୟ ସମିତି ଲିଃ ମାନଙ୍କୁ ସମୂହ କେନ୍ଦ୍ର ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ଲିଃ ରେ ଗଠନ କରାଯାଉ ।
୬:- Savings cum Relif Fund ଯୋଜନାରେ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ।
୭:- ୨୦୧୬-୧୭ ମସିହାର ଜନ ଗଣନା ପ୍ରକାଶ କରିବା ସଂଘେ ଚଳିତ ବର୍ଷର ଜନ ଗଣନା କର ଆଦି ସେ ମାନଙ୍କ ଦାବୀ ବୋଲି ୟୁନୀୟଣ ର କର୍ମ କର୍ତ୍ତା କହିଥିଲେ
ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ