କୋଲକାତା:ଗତ କିଛିଦିନ ଧରି ବାଂଲାଦେଶରେ ଚାଲିଥିବା ହିଂସାରେ ଅନେକ ଭାରତୀୟ ପ୍ରଭାବିତ ହୋଇଛନ୍ତି। ଅନେକ ଭାରତୀୟ ଛାତ୍ର ଏବଂ ସେଠାରେ କାର୍ଯ୍ଯ କରୁଥିବା ଲୋକମାନେ ହିଂସା ପ୍ରଭାବିତ ବାଂଲାଦେଶରେ ଫସି ରହିଛନ୍ତି।
ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତିରେ କହିଛନ୍ତି ଯେ ବାଂଲାଦେଶରେ ଫସି ରହିଥିବା ପଶ୍ଚିମବଙ୍ଗ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ସରକାର ସାହାଯ୍ଯ କରିବେ।
କଣ କହିଲେ ମମତା ବାନାର୍ଜୀ ?
ମମତା ବାନାର୍ଜୀ ନାଗରିକମାନଙ୍କୁ କହିଥିଲେ ଯେ ସେମାନେ ବାଂଲାଦେଶରେ ଫସି ରହିଥିବା ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ ଚିନ୍ତା କରିବାର ଆବଶ୍ଯକତା ନାହିଁ। ଆମ ସରକାର ସେମାନଙ୍କ ନିରାପଦ ସ୍ବଦେଶ ପ୍ରତ୍ୟାବର୍ତନ ପାଇଁ ପ୍ରତିଶ୍ରୁତିବଦ୍ଧ। ମମତା ବାନାର୍ଜୀ ବାଂଲାଦେଶରେ ଘଟିଥିବା ହିଂସା ଉପରେ କୌଣସି ମନ୍ତବ୍ଯ ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶ ଏକ ପୃଥକ ଦେଶ ଏବଂ ଏହା ଭାରତ ସରକାରଙ୍କ ଅଧୀନରେ ଥିବାରୁ ସେ ଏହା ଉପରେ କହିବେ ନାହିଁ।
ବାଂଲାଦେଶର ପୀଡ଼ିତମାନଙ୍କୁ ଆଶ୍ରୟ ଦିଆଯିବ – ମମତା
ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ ଯଦି କୌଣସି ଅସହାୟଏବଂ ପୀଡ଼ିତ ବାଂଲାଦେଶୀ ପଶ୍ଚିମବଙ୍ଗ ସୀମାକୁ ଆସନ୍ତି, ତେବେ ସେ ସେମାନଙ୍କୁ ସାହାଯ୍ଯ କରିବେ। ଜାତିସଂଘ ନିଯ଼ମ ଅନୁଯାଯ଼ୀ, ଆମକୁ ଆମର ପଡ଼ୋଶୀ ଦେଶମାନଙ୍କୁ ସାହାଯ୍ଯ କରିବାକୁ ପଡିବ। ସେ ହିଂସାରେ ପୀଡିତଙ୍କ ପ୍ରତି ଦୁଃଖ ଏବଂ ସମବେଦନା ବ୍ଯକ୍ତ କରିଥିଲେ।
କେନ୍ଦ୍ର ସରକାର କହିଛନ୍ତି ଯେ ମମତାଙ୍କ ବିବୃତ୍ତି ଭୁଲ।
ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର କହିଛନ୍ତି ଯେ ମମତା ବାନାର୍ଜୀଙ୍କ ବିବୃତ୍ତି ସମ୍ପୂର୍ଣ୍ଣ ଭୁଲ। ମମତା ବାନାର୍ଜୀଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ଯେ ବୈଦେଶିକ ବ୍ୟାପାରରେ କୌଣସି ରାଜ୍ଯ ସରକାରଙ୍କ ହସ୍ତକ୍ଷେପ ରହିବା ଉଚିତ ନୁହେଁ। କେବଳ ଭାରତ ସରକାର ବୈଦେଶିକ ବ୍ୟାପାରରେ ହସ୍ତକ୍ଷେପ କରିପାରିବେ।