ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା , ସନ୍ଦେହ ବଢ଼ିବାରେ ଲାଗିଛି

ଭୁବନେଶ୍ୱର :ମହିଳା ସାମ୍ବାଦିକା ମଧୁମିତା ପରିଡା ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ବାପୁଜୀନଗର ଟ୍ରେନ୍ ଲାଇନରୁ ସାମ୍ବାଦିକା ମଧୁମିତା ପରିଡାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା ।

ମହିଳା ସାମ୍ବାଦିକା ମଧୁମିତା ଇନଷ୍ଟା ଭିଡିଓରେ ନିଜ ସ୍ୱାମୀଙ୍କ ବିଷୟରେ ସ୍ପଷ୍ଟ କହିଛନ୍ତି। ୫ ବର୍ଷ ଲିଭଇନ ସମ୍ପର୍କରେ ରହିବା ପରେ ବିଗତପାଞ୍ଚ ମାସ ପୂର୍ବରୁ ଏହି ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ସେ ବନ୍ଧୁ, ସମ୍ପର୍କୀୟ, ମା ଙ୍କୁ କ୍ଷମା ମାଗିଛନ୍ତି। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ କହିଛନ୍ତି।

ମଧୁ଼ୁମିତାଙ୍କ ବାପା ଓ ଭଉଣୀଙ୍କ କହିବା ଅନୁସାରେ, ମଧୁମିତାଙ୍କ ସ୍ୱାମୀ ପୂର୍ବରୁ ବ୍ରହ୍ମପୁରର ଜଣେ ଝିଅଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ଦୁହିଁଙ୍କର ଛାଡପତ୍ର ହୋଇଯାଇଥିଲା। ପ୍ରଥମ ବିବାହ ଓ ଛାଡ଼ପତ୍ର ବିଷୟରେ ମଧୁମିତା ଜାଣିନଥିବାବେଳେ ବିବାହ ପରେ ୟେ ବିଷୟରେ ଜାଣିବାକୁ ପାଇଥିଲେ।

ମଧୁମିତାଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ସ୍ୱାମୀ ଓ ଦେଢ଼ଶୁର ମିଶି ମଧୁସ୍ମିତାଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଓ ଭଉଣୀ ଅଭିଯୋଗ ଆଣିଛନ୍ତି। ମଧୁସ୍ମିତାଙ୍କ ବାପା କହିଛନ୍ତି, ମଧୁସ୍ମିତାର ସ୍ୱାମୀ ଶ୍ରୀଧର ତାର ବଡ଼ ଭାଇକୁ ଭୁବନେଶ୍ୱର ଡାକିଥିଲା। ଦୁଇ ଭାଇ ମିଶି ମୋ ଝିଅକୁ ଠେଲି ମାରି ଦେଇଛନ୍ତି।

ସାମ୍ବାଦିକାଙ୍କ ମୃତ୍ୟୁ ମାମଲାରେ ସ୍ବାମୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦେଢଶୁର ଅଟକ ରହିଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି ।

ତେବେ ମହିଳା ସାମ୍ବାଦିକା ମଧୁମିତା ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *

error: Content is protected !!