ସୁବର୍ଣ୍ଣପୁର ଜିଲାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଶିକ୍ଷା ସପ୍ତାହ ପାଳନ

ସୁବର୍ଣ୍ଣପୁର :କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଜୁଲାଇ ୨୨ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତି ୨୦୨୦ ର ଚତୁର୍ଥ ବର୍ଷ ପୂର୍ତ୍ତୀ ଅବସରରେ “ଶିକ୍ଷା ସପ୍ତାହ” ପାଳନ କରାଯାଉଛି। ଜିଲ୍ଲା ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ସପ୍ତାହର ପ୍ରତ୍ୟେକ ଦିନରେ ଛାତ୍ର ଛାତ୍ରୀଙ୍କୁ ବୌଦ୍ଧିକ, ଶୈକ୍ଷିକ ତଥା ବ୍ୟବହାରିକ ଜ୍ଞାନର ସଂଜ୍ଞାନ ସହ ମାନସିକ ବିକାଶ ନିମନ୍ତେ ଆବଶ୍ୟକ ଶିକ୍ଷା ପ୍ରଦାନ କରାଯିବ। ପ୍ରଥମ ଦିନ କୁ ଶିକ୍ଷଣ ସାମଗ୍ରୀ ଦିବସ ଭାବେ ପାଳନ କରାଯାଇଥିବା ବେଳେ ଦ୍ଵିତୀୟ ଦିବସରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ଭାବେ ପାଳନ କରାଯାଇଛି l

ସେହିପରି ତୃତୀୟ ଦିବସକୁ କ୍ରୀଡା ଦିବସ, ଚତୁର୍ଥ ଦିବସ କୁ ସାଂସ୍କୃତିକ ଦିବସ, ପଞ୍ଚମ ଦିବସ କୁ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ, ଷଷ୍ଠ ଦିବସ କୁ ଇକୋ କ୍ଳବ / ସ୍କୁଲ ପୋଷକ ଦିବସ ଓ ସପ୍ତମ ତଥା ଶେଷ ଦିବସ କୁ ସମ୍ପ୍ରଦାୟ ଯୋଗଦାନ ଦିବସ ଭାବେ ପାଳନ କରାଯିବ l ଏହି ଶିକ୍ଷା ସପ୍ତାହ ପାଳନ ଜିଲ୍ଲାର ସମସ୍ତ ୯୩୮ ଗୋଟି ବିଦ୍ୟାଳୟ ରେ ଏକକାଳୀନ ଅନୁଷ୍ଠିତ କରାଯାଉଥିବା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି l ଏହି ସପ୍ତାହ ପାଳନ କୁ ସାକାର କରିବାକୁ ସମ୍ପୃକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଅଭିଭାବିକା ମଣ୍ଡଳୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭୁତି ଯୋଗଦାନ କରି ପାଳନ କରାଯାଉଛି।

ଚୈତନ୍ୟ ଭୁକ୍ତାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!