ସୁବର୍ଣ୍ଣପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ରେ ଛାତ୍ର ସଂସଦ ନିର୍ବାଚନ ନେଇ ଦାବି ଉପସ୍ଥାପନା କରାଯିବ। ସୁବର୍ଣ୍ଣପୁର ଜିଲ୍ଲାରେ ଏବିଭିପି ର ସଦସ୍ୟତା ସଂଗ୍ରହ ବିଷୟରେ ସୂଚନା ଦିଆଯାଇଛି l ଏବିଭିପି ଦୀର୍ଘ ୭୬ ବର୍ଷ ଧରି ଶିକ୍ଷା ଏବଂ ସାମାଜିକ କ୍ଷେତ୍ର ରେ କାମ କରିଆସୁଅଛି l ପ୍ରତି ଶିକ୍ଷା ବର୍ଷ ରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ଏବିଭିପି ସହ ଯୋଡିବା ପାଇଁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସଦସ୍ୟତା ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଚଳିତ ଶିକ୍ଷା ବର୍ଷ ରେ ଏବିଭିପି ସୁବର୍ଣ୍ଣପୁର ଜିଲ୍ଲା ରେ ୪୦୦୦ ସଦସ୍ୟତା ଗ୍ରହଣ କରାଯିବାର ଲକ୍ଷ୍ୟ ରଖାଯାଇଛି l
ବିଭିନ୍ନ ମହାବିଦ୍ୟାଳୟ ରେ ପହଞ୍ଚି ଏବିଭିପି ତାର ସଦସ୍ୟତା ଆରମ୍ଭ କରିସାରିଛି l ଜୁଲାଇ ୧୮ ରୁ ଅଗଷ୍ଟ ୨୦ ଯାଏଁ ଏହି ଅଭିଯାନ ଜାରି ରହିବ l ବିଭିନ୍ନ କ୍ଷେତ୍ର ରେ ରୁଚି ରଖୁ ଥିବା ବିଦ୍ୟାର୍ଥୀଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ସ୍ତର ରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ସେହିଭଳି ଦୀର୍ଘ ୬ ବର୍ଷ ଧରି ଛାତ୍ର ସାଂସଦ ନିର୍ବାଚନ ବନ୍ଦ ଥିବାରୁ ମହାବିଦ୍ୟାଳୟ ରେ ଅନେକ ସମସ୍ୟା ରହିଛି l ରାଜ୍ୟ ରେ ହଜାର ହଜାର ଅଧ୍ୟାପକ ଙ୍କ ମରୁଡି କଲେଜ ମାନଙ୍କରେ ରହିଛି l ଆହୁରି ଅନେକ ମୋୖଳିକ ସମସ୍ୟା ରହିଥିବା କଲେଜ ମାନଙ୍କ ର ସମାଧାନ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏଥି ସହିତ ଏବିଭିପି ର ପ୍ରତ୍ୟେକ କ୍ୟାମ୍ପସ ରେ ହେଲ୍ପ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ମହାବିଦ୍ୟାଳୟ ରେ ଥିବା ସମସ୍ୟା ର ସମାଧାନ ପାଇଁ ଏବିଭିପି କାର୍ଯ୍ୟ କରିବ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମଧ୍ୟ ଖୁସି ର ଲହର ଦେଖିବାକୁ ମିଳୁଛି। ଛାତ୍ର ସଂସଦ ନିର୍ବାଚନ ହେଲେ ମହାବିଦ୍ୟାଳୟ ମାନଙ୍କରେ ଥିବା ସମସ୍ୟା ସମାଧାନ ହୋଇ ପାରିବ।
ଏହି ସାମ୍ବାଦିକ ସମ୍ମିଳନୀ ରେ ଏବିଭିପି ଓଡିଶାର ସେବାର୍ଥେ ବିଦ୍ୟାଥିର ରାଜ୍ୟ ସଂଯୋଜକ ଶୁଭମ ପ୍ରସାଦ ମିଶ୍ର,ସୁବର୍ଣ୍ଣପୁର ଜିଲ୍ଲା ସହ ପ୍ରମୁଖ ପ୍ଲାବନ ମହାପାତ୍ର, ଜିଲ୍ଲା ସହ ସଂଯୋଗ ରାଜେଶ ଜେନା,ଏବଂ ବିଭାଗ ସୋସିଆଲ ମିଡ଼ିଆ ସଂଯୋଗ ସୁମନ୍ତ ଜଗଦଲା ପ୍ରମୁଖ ଉପସ୍ଥିତ ଥିଲେ।
ଚୈତନ୍ୟ ଭୁକ୍ତାଙ୍କ ରିପୋର୍ଟ