ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର:(ରିପୋର୍ଟ – ଚୈତନ୍ୟ ଭୁକ୍ତା) ଜିଲ୍ଲା ବିରାମହରାଜପୁର ବ୍ଲକ ସଭାଗୃହରେ ବେସିକ ନିଡିସ ଇଣ୍ଡିଆ ବାଙ୍ଗାଲୋର ସହାୟତା ରେ ରେଆର ସୋନପୁର ଦ୍ୱାରା ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି!ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ, ବୀରମହାରାଜପୁର ବ୍ଲକ ର ପନ୍ଦର ଗୋଟି ପଂଚାୟତ ରେ ଥିବା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ବର୍ତମାନ ସ୍ଥିତି ସମ୍ପର୍କ ରେ କାର୍ଯ୍ୟକ୍ରମ ସହାୟକ ମିତ୍ରଭାନୁ ମଲ୍ଲିକ ତଥ୍ୟ ପ୍ରଦାନ କରିଥିଲେ!

ଏଥିରେ ଅତିଥିଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଶିବ କର୍ମୀ,ଟିକରାମ ପଟେଲ, ରୁପେଶ ନାଏକ, ବିରାମହରାଜପୁର ବ୍ଲକ ଜୀବିକା ମିଶନ ପ୍ରତିନିଧି ରଂଜିତ ଖମାରି, ସୁବଳୟା ଭି ଏ ଏସ ଡା ଆକାଶ କୁମାର ସାହୁ, ବେସିକ ନୀଡ଼ଶ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ,ସିୟା ସମ୍ପାଦକ ସୁଦାମ ଗାଈଗରିଆ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ଚିକିତ୍ସା, ଜୀବନ ଜୀବିକା, ପରିବାର ସହାୟତା ଗୋଷ୍ଠୀ ର ନିରନ୍ତର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ୱେଚ୍ଛାସେବୀ ପ୍ରତିଭା ଟାଳି, ଶାନ୍ତଶିନୀ ନାୟକ, ଜୟନ୍ତୀ ପଣ୍ଡା ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

Powered by Joinchat