ନୂଆଦିଲ୍ଲୀ :କାର୍ଗିଲ ଯୁଦ୍ଧର ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଆଜି ଦ୍ରାସରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥର କାରଗିଲ ଦିବସର ରୌପ୍ଯ ଜଯ଼ନ୍ତୀ (25 ବର୍ଷ) ହୋଇଥିବାରୁ ଏହି କାର୍ଯ୍ଯକ୍ରମ ସ୍ୱତନ୍ତ୍ର । ଏଠାରେ ପ୍ରଧାନମନ୍ତ୍ରୀ କାରଗିଲ ୱାକ ମେମୋରିଆଲ ପରିଦର୍ଶନ କରି ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପାକିସ୍ତାନ ଅତୀତରେ ଏହାର ସମସ୍ତ ଘୃଣ୍ଯ ପ୍ରୟାସରେ ବିଫଳ ହୋଇଛି। ଆଜି ମୁଁ ଏପରି ଏକ ସ୍ଥାନରୁ କଥା କହୁଛି ଯେଉଁଠାରେ ଆତଙ୍କବାଦର ମାଲିକମାନେ ସିଧାସଳଖ ମୋର ସ୍ୱର ଶୁଣି ପାରିବେ। ମୁଁ ଆତଙ୍କବାଦର ଏହି ପୃଷ୍ଠପୋଷକମାନଙ୍କୁ କହିବାକୁ ଚାହେଁ ଯେ ସେମାନଙ୍କର ଘୃଣ୍ଯ ଉଦ୍ଦେଶ୍ଯ କଦାପି ସଫଳ ହେବ ନାହିଁ।
୩ ମେ ୧୯୯୯ ରୁ ୨୬ ଜୁଲାଇ ୧୯୯୯ ପର୍ଯ୍ଯନ୍ତ ଭାରତ ଏବଂ ପାକିସ୍ତାନ ମଧ୍ଯରେ କାରଗିଲ ଯୁଦ୍ଧ ହୋଇଥିଲା । ୧୯୯୯ ମସିହା ପୂର୍ବରୁ, ଭାରତ ଏବଂ ପାକିସ୍ତାନ ମଧ୍ଯରେ ଏକ ରାଜିନାମା ହୋଇଥିଲା।ଉଭୟ ଦେଶର ସୈନ୍ଯମାନେ ନିଜ ନିଜ ସୀମାରେ ବରଫାବୃତ ଅଞ୍ଚଳକୁ ଯିବେ ନାହିଁ। ଏହି ରାଜିନାମା “ନିଯ଼ନ୍ତ୍ରଣ ରେଖା” (ଏଲ.ଓ.ସି.) ନାମରେ ପରିଚିତ ଥିଲା, ଯାହା ଭାରତ ଏବଂ ପାକିସ୍ତାନ ମଧ୍ଯରେ ସୀମା ଥିଲା।
ତେବେ, ପାକିସ୍ତାନ ଏହି ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲା ଏବଂ ଗୁପ୍ତ ଭାବେ ନିଜ ସୈନ୍ଯବାହିନୀକୁ ଭାରତର ଭୂଭାଗରେ ଅନୁପ୍ରବେଶ କରିଥିଲା । ଏହି ସୈନିକମାନେ ଦ୍ରାସ, ଟାଇଗର ହିଲ୍ ଏବଂ କାର୍ଗିଲ ପରି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଅତିକ୍ରମ କରି ଶତ୍ରୁ ଭାରତର ଅଞ୍ଚଳକୁ ପ୍ରବେଶ କରିଥିଲେ। ପାକିସ୍ତାନ ପ୍ରାୟ ୧୩୪ କିଲୋମିଟର ଅଞ୍ଚଳ ଅଧିକାର କରିଥିଲା। ତିନି ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତ ୫୨୭ ଜଣ ସହିଦ ହୋଇଥିଲେ ଏବଂ ୧୩୬୩ ଜଣ ସୈନିକ ଆହତ ହୋଇଥିଲେ।