ଶ୍ରୀକ୍ଷେତ୍ର ନ୍ୟୁଜ{ରିପୋର୍ଟ-ଚୈତନ୍ୟ ଭୁକ୍ତା) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ରେ ଦୁଇ ଜଣ କର୍ମଚାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପୋଲିସ କାର୍ଯ୍ୟାଳୟ ରେ ବହୁ ଦିନ ଧରି ସୋନପୁର ଜିଲ୍ଲା ପୋଲିସ୍ ର ବରିଷ୍ଟ କିରାଣୀ କିଶୋର ରାଉତ ଓ କନେଷ୍ଟବଳ ନାରାୟଣ ରନବିରା ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ରୁ ଅବସର ଗ୍ରହଣ କରିଛନ୍ତି।

ଉଭୟ ପୋଲିସ କର୍ମଚାରୀ ଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରିମଲ ମାନପତ୍ର, ଉପଢୌକନ ଓ ଫୁଲ ତୋଡା ଦେଈ ଉଭୟ ଙ୍କ ଚଲାପଥ କୁସୁମିତ ସହିତ ଅବସର ସମୟ ନିଜ ସ୍ବାସ୍ଥ୍ୟ ଓ ପରିବାର କୁ ସମୟ ଦେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ସଭାକୁ ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ବିଦାୟ କାଳୀନ ସଭା କୁ ସଂଯୋଜନା କରିଥିଲେ ।