ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଶ୍ରୀକ୍ଷେତ୍ର ନ୍ୟୁଜ୍ (ରିପୋର୍ଟ – ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତର ଦାୟୀତ୍ୱ ଓ ସ୍ୱଚ୍ଛତା ସମିତି ତରଫରୁ ଚତୁର୍ଥ ପର୍ଯ୍ୟାୟ ରେ ସଦର ବ୍ଲକ ବିଶିମୁଣ୍ଡା, ଖରାଝୁରା, ମଲ୍ଲିକ ମୁଣ୍ଡା, ଗ୍ରାମ ପଞ୍ଚୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ଛଅ ମାସରେ ହୋଇଥିବା ପ୍ରକଳଳ୍ପ ର ସାମାଜିକ ସମୀକ୍ଷା ହୋଇଯାଇଛି।

ଗ୍ରାମ ପଞ୍ଚୟତ ତଥା ଉଦ୍ୟାନ ବିଭାଗ ତରଫରୁ ହାତକୁ ନିଆଯାଇ ଥିବା ପ୍ରକଳଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା ଏଥିରେ ଗ୍ରାମ ସ୍ତର ରେ କାର୍ଯ୍ୟରତ ଗ୍ରାମ ସମ୍ବଳ କର୍ମୀ (ଭି ଆର ପି )ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ କୁ ଯାଇ ଅଣ କୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲେ |ଆଜି ଗ୍ରାମ ସଭା ବୈଠକ ରେ ତାହା ଉପସ୍ଥାନା କରିଥିଲେ |ଖରାଝୁରାପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳିମା ଭୋଇ, ଏ ଡ଼ି ଇ ଓ ତଥା ଗ୍ରାମ ରୋଜଗାର ସେବକ ଜିତେନ୍ ପଣ୍ଡା, ସରପଞ୍ଚ ସୁବାଷ ତାଣ୍ଡି, ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ଭି ଆର ପି, ରାଜେଶ୍ୱରୀ ନାୟକ, କେତକୀ ଭୋଇ, କାଞ୍ଚନ ମିଶ୍ର ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!