ନୂଆଦିଲ୍ଲୀ : ନୀରଜ ଚୋପ୍ରା ଶୁକ୍ରବାର ସକାଳେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ଯ ପଦକ ଜିତିବା ପାଇଁ ୮୯.୪୫ mର ଏକ ସିଜନ୍ ଶ୍ରେଷ୍ଠ ଥ୍ରୋ ସହିତ ଆସିଥିଲେ। ତେବେ ପାକିସ୍ତାନର ଅର୍ଶଦ ନଦୀମ୍ ଭଲ ପ୍ରଦର୍ଶନ କରି ଏକ ନୂଆ ଅଲିମ୍ପିକ୍ ରେକର୍ଡ ୯୨.୯୭m ସ୍ଥାପନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ।
ସେ ବର୍ତ୍ତମାନ ପାକିସ୍ତାନର ପ୍ରଥମ ବ୍ଯକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା। ୨୦୦୮ ବେଜିଂ ଅଲିମ୍ପିକ୍ସରେ ନରୱେର ଆଣ୍ଡ୍ରିଆସ୍ ଥୋର୍କିଲ୍ଡେସନ୍ଙ୍କ ଦ୍ୱାରା ସ୍ଥାପିତ ୯୦.୫୭ ର ପୂର୍ବ ଅଲିମ୍ପିକ୍ ରେକର୍ଡକୁ ଅର୍ଶଦ ନଦୀମ୍ ଭାଙ୍ଗିଥିଲେ। ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ ବ୍ରୋଞ୍ଜ ପଦକ ହାସଲ କରିଥିଲେ (୮୮.୫୪m)।
ତିନି ବର୍ଷ ପୂର୍ବେ ଟୋକିଓ ଗ୍ରୀଷ୍ମ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ମଙ୍ଗଳବାର ଦିନ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ଯୋଗ୍ଯତା ପର୍ଯ୍ୟାୟର ଗ୍ରୁପ୍ ବି ରେ 89.34 ମିଟରର ଏକ ବିଶାଳ ଥ୍ରୋ ପଞ୍ଜିକୃତ କରିଛନ୍ତି।
ଭାରତ ପାଇଁ ଗତ ଥର ଭଳି ଚଳିତ ଥର ମଧ୍ୟ ମେଡାଲ ଜିତି ଥିବାରୁ ବିଜୟୀ ନୀରଜଙ୍କ ପାଖକୁ ଛୁଟିଛି ଅଭିନନ୍ଦନର ସୁଅ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ, ବିରୋଧୀଦଳର ନେତା, ବଲିଉଡ଼ ତାରକାଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତା ପର୍ଯ୍ୟନ୍ତ।