ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କୁୱର ନଟୱର ସିଂହଙ୍କ ଦେହାନ୍ତ ହୋଇଛି। ନଟୱର ସିଂହ ୯୫ ବର୍ଷ ବଯ଼ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ନଟୱର ସିଂହ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
କୁୱର ନଟୱର ସିଂହ ୧୯୨୯ ମସିହା ମେ ମାସ 16 ତାରିଖରେ ରାଜସ୍ଥାନର ଭରତପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୪ ରୁ ୨୦୦୫ ମଧ୍ଯରେ ଯ଼ୁପିଏ ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ଯ ଥିଲେ। ନଟୱର ସିଂହ ଜଣେ ଭାରତୀଯ଼ କୂଟନୀତିଜ୍ଞ ଏବଂ ରାଜନେତା ଥିଲେ। ସ୍ୱାଧୀନତା ପରେ, ନଟୱର ସିଂ ୧୯୫୩ ରେ ଭାରତୀୟ ବୈଦେଶିକ ସେବା ପାଇଁ ମନୋନୀତ ହୋଇଥିଲେ। ୧୯୮୪ ମସିହାରେ ସେ କଂଗ୍ରେସରୁ ନିର୍ବାଚନ ଲଢ଼ିବା ପାଇଁ ଚାକିରିରୁ ଇସ୍ତଫା ଦେଇଥିଲେ। ନଟୱର ସିଂହଙ୍କ ଯାତ୍ରା ଅନେକ ଉତ୍ଥାନ-ପତନ ମଧ୍ଯରୁ ଅନ୍ଯତମ।
