ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଓଡ଼ିଶା ସାମ୍ବାଦିକ ସଂଘ ଓଜେୟୁ ପୁରୀ ଜିଲ୍ଲା ପକ୍ଷରୁ ରବିବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହରେ ଗଣତନ୍ତ୍ରରେ ଗଣମାଧ୍ୟମ ଓ ଗଣନେତାଙ୍କ ଭୂମିକା ସମ୍ପର୍କରେ ଏକ ତାତ୍ତ୍ଵିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାସହ ପୁରୀ ଜିଲ୍ଲା କାର୍ଯ୍ୟକାରୀ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ଯ ଅତିଥି ଭାବେ ରାଜ୍ଯ ବିଜେପିର ଉପସଭାପତି ଶଙ୍କର୍ଷଣ ପରିଡା ଯୋଗଦେଇ ଗଣତନ୍ତ୍ର ଗଣନେତା କାର୍ଯ୍ୟପାଳିକା ନ୍ୟାୟପାଳିକା ଓ ବିଧିପାଳିକାକୁ ଗଣମାଧ୍ୟମ ସତର୍କ କରିବା ଯୋଗୁ ଭାରତରେ ଗଣତନ୍ତ୍ର ସ୍ୱଚ୍ଛନ୍ଦରେ ଗତି କରିପାରିଛି । ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ଯ ସଭାପତି ଶଶୀଭୂଷଣ ପ୍ରହରାଜ, ରାଜ୍ଯ ସଂପାଦକ ଦୁର୍ଯ୍ୟୋଧନ ମହାରଣା ଓ ଉପସଭାପତି ଦୀପକ କୁମାର ନାୟକ ସମ୍ମାନିତ ଅତିଥ ଭାବେ ଯୋଗ ଦେଇ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସାମ୍ବାଦିକ କଲ୍ୟାଣ ସମ୍ପର୍କରେ ରାଜ୍ଯ ସରକାରଙ୍କ ବିଧିବ୍ଯବସ୍ଥା ଉପରେ ଆଲୋକପାତ କରିଥିଲେ । ସମାଜସେବୀ ସୂର୍ଯ୍ୟନାରାୟଣ ରଥ, ଦକ୍ଷ ସାମ୍ବାଦିକା ପ୍ରାଚୀ ମହାପାତ୍ର, ପ୍ରଫେସର ଭକ୍ତି ରଞ୍ଜନ ପଲେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗଣମାଧ୍ୟମ ଭୂମିକା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ପୁରୀ ଜିଲ୍ଲା ସଭାପତି ବିଜୟ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରରେ ରାଜ୍ଯ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ବିଜୟ କୁମାର ମିଶ୍ର, ଉପସଭାପତି ଅନିମେଶ ପଟ୍ଟନାୟକ ଓ ସଞ୍ଜୟ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର କର, ଯୁଗ୍ମ ସମ୍ପାଦକ ରାଜଶ୍ରୀ ସାହୁ,ବନିତା ଦୀକ୍ଷିତ, କୋଷାଧ୍ୟକ୍ଷ ଅରୁଣ କୁମାର ଓ କାର୍ଯ୍ୟକାରୀ ସଭ୍ଯ ପ୍ରଦୀପ ପ୍ରଧାନ, ଅଜିତ ମହାନ୍ତି, ବିକ୍ରମ କେଶରୀ ଆଚାର୍ଯ୍ଯ ,ସତ୍ଯନାରାୟଣ ପଟ୍ଟନାୟକ, ଦିବ୍ଯରଞ୍ଜନ ବିଶୋଇ ପ୍ରମୁଖ ମନୋନୀତ ହୋଇଛନ୍ତି ।
ଉପଦେଷ୍ଟା ଭାବେ ଦେବୀପ୍ରସନ୍ନ ଗାଙ୍ଗୁଲି ଓ ଅକ୍ଷୟ କୁମାର ସ୍ୱାଇଁଙ୍କ ନାମ ରହିଥିବା ବେଳେ ଗୁରୁଚରଣ ଦାସ ,ସରୋଜ ମଲ୍ଲିକ,ସନ୍ତୋଷ କୁମାର ଦାସ, ନାରାୟଣ ପାତ୍ର, ଶିବ କିଶୋର ପଲେଇ, ସୁଜିତ ମହାପାତ୍ର, ଅନନ୍ତ ଶତପଥୀ ଓ ପ୍ରୀତମ ରଞ୍ଜନ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରରେ ସମାଜସେବୀ ସନ୍ତୋଷ କୁମାର ଆଢ୍ଯ ଓ ସୂର୍ଯ୍ୟନାରାୟଣ ମହାରଣା, ସଫଳ ସୁଟର ରାଜନାରାୟଣ ଖୁଣ୍ଟିଆ,ଦକ୍ଷ ସାମ୍ବାଦିକା ପ୍ରାଚୀ ମହାପାତ୍ର ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ,ଉତ୍ତରୀୟ ଓ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ବାର ସମ୍ମାନିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସୁଧାଂଶୁ ଶେଖର କର ପରିଚାଳନା କରିଥିବା ବେଳେ ଅନିମେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।