ଚିଲିକାରୁ ବାଂଲାବେଶକୁ ମାଛ ବେବସାୟ ବନ୍ଦ, ଚିନ୍ତାରେ ମାଛ ଵେବସାୟୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଚିଲିକାରୁ ଲକ୍ଷ ଲକ୍ଷ ଟଙ୍କାର ମାଛ ରାପ୍ତାନ ହୁଏ ବାଂଲାଦେଶକୁ। ବର୍ତମାନ ବାଂଲାଦେଶରେ ହିଂସା ଯୋଗୁଁ ବେବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦରହିଛି l ଚିଲିକାରୁ ଆଉ ମାଛ ରପ୍ତାନୀ ହେଉନି ତେବେ ଏହି ମାଛ ବେବସାୟ ବନ୍ଦ ଯୋଗୁଁ ଚିଲିକା ମସ୍ୟଜିବିଙ୍କ ମଧ୍ୟରେ ଆର୍ଥିକ ସଙ୍କଟ ଦେଖା ଦେଇଛି l ବାଂଲାଦେଶକୁ ସପ୍ତାହ ସୋମବାର ଓ ଗୁରୁବାର ଏହି ଦୁଇ ଦିନ ପ୍ରାୟ ଗୋଟିଏ ଗଡିରେ କୋଡିଏ ଟନ ଓଜନ ବିଭିନ୍ନ ପ୍ରକାର ମାଛ ସେଠାକୁ ରପ୍ତାନୀ କରା ଯାଉଥିବାବେଳେ କୋଲକାତା ଚାରି /ପାଞ୍ଚଟି ଶୀତତାପ ନିୟନ୍ତିତ ଗାଡିରେ ଚିଲିକାରୁ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବାଂଲାଦେଶ ସୀମା ପର୍ଯ୍ୟନ୍ତ ଯାଇଥାଏ l

ବର୍ତମାନ ମାଛ ବେବସାୟ ବାଂଲାଦେଶକୁ ଠପ ହୋଇ ପଡ଼ିଥିବାରୁ ଚିଲିକା ମସ୍ୟଜୀବୀ ହତାସ ହୋଇ ପଡ଼ିଛନ୍ତି l ସେମାନଙ୍କର ବାଂଲାଦେଶରେ ମାଛ ବେବସାuୟୀଙ୍କ ପାଖରେ କୋଟି କୋଟି ଟଙ୍କା ବାକି ପଡ଼ିଛି l କେବେ ବାଂଲାଦେଶରେ ଶାନ୍ତି ଫେରିବ ଓ ଆଗପରି ମାଛ ବେବସାୟ ଆରମ୍ଭ ହେବ ତାଙ୍କୁ ଚାହିଁ ରହିଛନ୍ତି l ଏପଟେ ମାଛ ବେବସାୟୀ ନିଜପରିବାର ପେଟ ପାଟଣା ଚିନ୍ତା ମଧ୍ୟ ଘାରୁଛି।

Leave a Reply

Your email address will not be published. Required fields are marked *

error: Content is protected !!