ମୋଦୀ ୩.୦ ସରକାରରେ ରାହୁଲ ଗାନ୍ଧୀଙ୍କ ରୋଜଗାର ୪୬ଲକ୍ଷ, ଜାଣନ୍ତୁ କେଉଁଠୁ

ନୂଆଦିଲ୍ଲୀ : ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଭିଡ଼ିଓ ରେ ଜନସାଧାରଣଙ୍କୁ ଶେୟାର ମାର୍କେଟ ନିବେଶ , ସେବି, ପରବର୍ତୀ କ୍ଷତି ବିଷୟରେ କହୁଛନ୍ତି । ପରେ ଭିଡିଓଟି ଭାଇରାଲ ହୋଇଥିଲା। କିନ୍ତୁ ଆପଣ ଜାଣନ୍ତି କି ରାହୁଲ ଗାନ୍ଧୀ ନିଜେ କେଉଁ କମ୍ପାନୀ ସେୟାରରେ ନିବେଶ କରିଛନ୍ତି, କେତେ ଲଭ କରିଛନ୍ତି ?

ରାହୁଲ ଗାନ୍ଧୀଙ୍କ ପାଖରେ କେତେ ଷ୍ଟକ୍ ଅଛି

ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ , ମାର୍ଚ୍ଚ ୧୫ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପୋର୍ଟଫୋଲିଓ ମୂଲ୍ଯ ୪.୩୩ କୋଟି ଟଙ୍କା ଥିଲା। ଏବେ ଅଗଷ୍ଟ ୧୨ରେ ଏହା ୪.୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସେ ଏସିଆନ୍ ପେଣ୍ଟସ୍, ବଜାଜ୍ ପେଣ୍ଟସ୍, ବଜାଜ୍ ଫାଇନାନ୍ସ, ଦୀପକ ନାଇଟ୍ରେଟ୍, ଡିଭିଜ୍ ଲ୍ଯ଼ାବ୍ସ୍, ଜିଏମ୍ଏମ୍ ଫୋଡଲର୍, ହିନ୍ଦୁସ୍ତାନ ଯ଼ୁନିଲିଭର୍, ଇନଫୋସିସ୍, ଆଇଟିସି, ଟିସିଏସ୍, ଟାଇଟାନ, ଟ୍ଯ଼ୁବ୍ ଇନଭେଷ୍ଟମେଣ୍ଟ ଅଫ୍ ଇଣ୍ଡିଆ ଏବଂ ଏଲ୍ଟିଆଇ ମାଇଣ୍ଡ୍ଟ୍ରି ସମେତ ୨୪ ଟି ସେୟାରର ମାଲିକ ଅଟନ୍ତି।

ରାହୁଲଙ୍କ ମାଲିକାନାରେ ଥିବା ଏହି ଷ୍ଟକ୍ ଗୁଡିକ ବିଷୟରେ ବଜାରରେ ଆଲୋଚନା ହେଉଛି।

ଅନେକ ଛୋଟ କମ୍ପାନୀରେ ରାହୁଲ ଗାନ୍ଧୀଙ୍କ ଅଂଶଧନ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଭିନାଇଲ କେମିକାଲ୍ସର ସେୟାର ସାମିଲ ରହିଛି। ସେ ଭର୍ଟୋସ୍ ଆଡଭାର୍ଟାଇଜିଂର ୨୬୦ଟି ସେୟାରର ମାଲିକ ଥିଲେ। ତାଙ୍କ ସେୟାରରେ ତୀବ୍ର ବୃଦ୍ଧି ଘଟିଥିଲା।

ରାହୁଲ ଗାନ୍ଧୀ ଏହାର ତଦନ୍ତ ଦାବି କରିଛନ୍ତି।

ଶନିବାର ଦିନ ପ୍ରକାଶ ପାଇଥିବା ହିଣ୍ଡେନବର୍ଗ ରିପୋର୍ଟରେ ଥିବା ଅଭିଯୋଗର ତଦନ୍ତ ପାଇଁ ରାହୁଲ ଗାନ୍ଧୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସେ ଏକ ଭିଡିଓ ମଧ୍ଯ କରିଛନ୍ତି। ଏଥିରେ ସେବି ମୁଖ୍ଯ ମାଘବି ପୁରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ସେ ଜେପିସି ଦାବି କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ ଅଭିଯୋଗଗୁଡ଼ିକ ଅତ୍ଯନ୍ତ ଗମ୍ଭୀର। କ୍ଷୁଦ୍ର ନିବେଶକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମକୁ ଅନୁସନ୍ଧାନ କରିବାକୁ ପଡିବ। ତେବେ ଆଦାନୀ ଗ୍ରୁପ୍ ଏବଂ ମାଧବୀ ବୁଚ୍ ଏହି ଅଭିଯୋଗକୁ ଦୃଢ଼ ଭାବେ ଅସ୍ୱୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!