ଅପରାଧୀକୁ ଗିରଫ ଦାବିକଲା ଆଦିବାସୀ ସଂଘ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋହିରିଆଘାଟ ଗ୍ରାମର ରାଜକିଶୋର କୁଅଁର ଙ୍କୁ ଗତ ତା ୮.୦୮.୨୦୨୪ ରିଖ ସନ୍ଧ୍ୟା ସମୟରେ ଗ୍ରାମର ଉପେନ୍ଦ୍ର ସୁନା ଧରୁଆ ଛୁରୀରେ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଏ ବିଷୟରେ ତାଙ୍କ ପୁଅ ବନମାଳୀ କୁଅଁର କମସରା ଫାଣ୍ଡି ରେ ଘଟଣା ବିଷୟରେ ଲିଖିତ ଆଭିଯୋଗ କରିଥିଲେ କିନ୍ତୁ ଅଭିଯୋଗ ଅନୁସାରେ ଦୋଷୀ ବିରୁଧରେ କୌଣସି ପଦକ୍ଷେପ ନେଇ ନ ଥିବାରୁ କି ଗିରଫ କରାଯାଇ ନ ଥିବାରୁ ଗତ ତା ୧୩.୦୮.୨୦୨୪ ରିଖ ଦିନ ତରଭା ବ୍ଲକ ଆଦିବାସୀ ସଂଘ ତରଭା ଥାନାରେ ଲିଖିତଅଭିଯୋଗ କରି ପୁଣି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସୁବର୍ଣ୍ଣପୁର ପକ୍ଷରୁ ଦୋଷି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି l

ଦାବି ପତ୍ର ଦେବା ସମୟରେ ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଯୋଗୀନ୍ଦ୍ର ଭୋଇ, ସଂପାଦକ ଲମ୍ବୋଦର ଧରୁଆ, ତରଭା ବ୍ଲକ୍ ସଭାପତି ବଲଭଦ୍ର କୁଅଁର, ସହ ସଂପାଦକ ରାଜେନ୍ଦ୍ର ଝାକର ଉଲୁଣ୍ଡା ବ୍ଲକ ସଭାପତି ନଦନ ବାରିକ ସହ ଅନନ୍ତ କୁଅଁର, ସତ୍ୟବାନ୍ କୁଅଁର, ସାଧବ କୁଅଁର, ଦୁଷ୍ମନ୍ତ କୁଅଁର, ସାନ୍ଧେ କୁଅଁର, ନନ୍ଦ କିଶୋର କୁଅଁର, ବନମାଳି କୁଅଁର ଓ ଆଦିତ୍ୟ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!