କୋଲକାତା ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାର ପ୍ରତିବାଦ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଅଖିଳ ଓଡିଶା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ସଙ୍ଗଠନ କଲିକତା ଆର୍. ଜି କର ହସ୍ପିଟାଲ ରେ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାକୁ ଆଜି 7 ଗୋଟି ମହାବିଦ୍ୟାଳୟ ପରିସରରେ ଦୃଢ଼ ପ୍ରତିବାଦ କରିଛନ୍ତି | ଏହି ପରିପ୍ରେକ୍ଷୀରେ ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଆୟୁଷ ଛାତ୍ର ସଂସଦ ସମ୍ପାଦକ ସୁବ୍ରତ କୁମାର ସାମଲ ଙ୍କ ନେତୃତ୍ଵରେ ଆଜି ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ସହସହ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ବର୍ଜ୍ଜନ କରି ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ |

ବିଶେଷତଃ ଡାକ୍ତରୀ ଛାତ୍ରୀଙ୍କ ହତ୍ୟା କାରୀ କୁ ନିରପେକ୍ଷ ତଦନ୍ତ ମାଧ୍ୟମରେ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା ଡାକ୍ତର ମାନଙ୍କୁ ହାନି କରୁଥିବା ବର୍ବରତା ପୋଷଣ କରୁଥିବା ଅପରାଧି ମାନଙ୍କ ପ୍ରତି କଠୋର ଦଣ୍ଡବିଧାନ ଆଇନ ପ୍ରଣୟନ କରିବାକୁ ଛାତ୍ର ସଂସଦ ଦାବି କରିଛନ୍ତି | ଏହି ଆନ୍ଦୋଳନ ରେ ଅଖିଳ ଓଡିଶା ଆୟୁଷ ଛାତ୍ର ସଂସଦ ର ଉପସଭାପତି ଅଜିତ କୁମାର ଦଳାଇ, ସମ୍ପାଦକ ସୁବ୍ରତ କୁମାର ସାମଲ , ଓଡିଶା ଆୟୁର୍ବେଦ ସ୍ନାତ୍ତକୋତର ଛାତ୍ର ସଂସଦ ସଭାପତି ଡାଃ ସତୀଶ ମିଶ୍ର, ସମ୍ପାଦକ ଡାଃ ସୌମ୍ଯ ଦତ୍ତ ସାମନ୍ତରାୟ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ର ସଂସଦର ସମ୍ପାଦକ ଡାଃ ନିତେଶ କୁମାର ଓ ସଭାପତି ଡା. ଦୟାନିଧି ମହାନ୍ତି ପ୍ରମୁଖ ନେତୃତ୍ଵ ନେବା ସହିତ ଦାବି ପୂରଣ ନହେଲେ କଠୋର ପଦକ୍ଷେପମାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!