କଣାସ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟା ଘଟଣାର ପରଦାଫାସ କଲ ପୋଲିସ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ) :ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିଛି ପୁରୀ ପୋଲିସ। ଗୁଣିଗାରେଡ଼ି ସନ୍ଦେହ ଓ ଜଣେ ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇବାକୁ ନେଇ ଏହି ଅମାନୁଷିକ ହତ୍ୟାକାଣ୍ଡ ଘଟିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ଦୁଇଜଣ ମହିଳା ସାମିଲ୍ ଅଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଅଗରପଡାର ପୁଷ୍ପଲତା ପ୍ରଧାନ, ଜମାଦେଇପୁରର ବାନାମ୍ବର ମହାପାତ୍ର, ନିଳିମା ମହାପାତ୍ର ଓ ସଞ୍ଜୟ ଦାସ। ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା, ଦଉଡ଼ି ସହ ବାଇକ ଏବଂ କାର୍ ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଯାଇଛି। ଗତ ୯ ତାରିଖ ଦିନ ତାନ୍ତ୍ରିକ ଗଦାଧର ନିଶ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜଟଣୀ ଥାନା ଅଞ୍ଚଳରୁ ଗଦାଧର ଙ୍କ ମୃତ ଦେହ ଏକ ବସ୍ତା ଭିତରୁ ମିଳିଥିଲା। ଅଭିଯୁକ୍ତ ମାନେ ଗାମୁଛା ଓ ଦଉଡି ସାହାଯ୍ୟରେ ଗଦାଧର ଙ୍କୁ ହତ୍ୟାକାରୀ ବସ୍ତା ଭିତରେ ଭର୍ତ୍ତି କରି ତରିମଲ ନଦୀକୁ ଫୋପାଡ଼ି ଦେଇଥିଲେ। ହତ୍ୟାକାଣ୍ଡକୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଥିବା ବେଳେ ଏହି ହତ୍ୟାକାଣ୍ଡ ଉପରୁ ଏବେ ପରଦା ହଟିଛି ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି।

Leave a Reply

Your email address will not be published. Required fields are marked *

error: Content is protected !!