କୋଲକାତା : ପଶ୍ଚିମବଙ୍ଗର ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ରାଜ୍ଯର ମମତା ବାନାର୍ଜୀ ସରକାରଙ୍କୁ ସମ୍ପୂର୍ଣ୍ଣ କୋଣଠୋସା କରିଦେଇଛି। ମୁଖ୍ଯମନ୍ତ୍ରୀ ମମତା କେବଳ ବିଜେପି ଏବଂ ବିରୋଧୀ ଦଳର ଟାର୍ଗେଟ ନୁହନ୍ତି।
ବାସ୍ତବରେ, ବର୍ତ୍ତମାନ ପୀଡ଼ିତାଙ୍କ ପିତାମାତା ମଧ୍ଯ ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। ମୃତ ଡାକ୍ତରଙ୍କ ମାଆ କହିଛନ୍ତି ଯେ ମୁଖ୍ଯମନ୍ତ୍ରୀ ମମତା ଏପର୍ଯ୍ଯନ୍ତ କିଛି କରିନାହାଁନ୍ତି। ଏପରିକି ସେମାନେ ଆମକୁ ପ୍ରତିବାଦ କରିବାକୁ ମଧ୍ଯ ଦେଉନାହାନ୍ତି। ଏଥି ସହିତ ପୀଡ଼ିତାଙ୍କ ବାପା କହିଛନ୍ତି ଯେ ସେ ସିଏମ୍ ମମତାଙ୍କ କାର୍ଯ୍ଯରେ ଖୁସି ନୁହଁନ୍ତି।
ମୃତକଙ୍କ ମାଆ କଣ କହିଛନ୍ତି
ଗଣମାଧ୍ଯମ ସହ କଥାବାର୍ତ୍ତା କରି ବଳାତ୍କାର ପୀଡିତାଙ୍କ ମାଆ କହିଛନ୍ତି ଯେ ମମତା ବାନାର୍ଜୀ ଫୋନ କଲରେ କହିଥିଲେ ଯେ ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ କରାଯିବ, କିନ୍ତୁ ଏପର୍ଯ୍ଯନ୍ତ କିଛି ହୋଇନାହିଁ। ଜଣେ ବ୍ଯକ୍ତିଙ୍କୁ ଗିରଫ କରାଯାଇଛି। ମୁଁ ନିଶ୍ଚିତ ଯେ ଏହି ଘଟଣାରେ ଆହୁରି ଅନେକ ସମ୍ପୃକ୍ତ ଅଛନ୍ତି। ମୁଁ ଭାବୁଛି ଏହି ଘଟଣା ପାଇଁ ସମଗ୍ର ବିଭାଗ ଦାୟୀ । ପୋଲିସ୍ ଆଦୌ ଭଲ କାମ କରିନଥିଲା। ମୁଁ ଭାବୁଛି ମୁଖ୍ଯମନ୍ତ୍ରୀ ଆନ୍ଦୋଳନକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ଆଜି ସେ ଏଠାରେ ଧାରା ୧୪୪ ଲାଗୁ କରିଛନ୍ତି ଯାହା ଦ୍ୱାରା ଲୋକମାନେ ବିରୋଧ କରିପାରିବେ ନାହିଁ।
ମୃତକଙ୍କ ପିତାଙ୍କ ଅଭିଯୋଗ
ଏଥି ସହିତ ମୃତକଙ୍କ ବାପା କହିଛନ୍ତି ଯେ ତଦନ୍ତ ଚାଲିଛି, ଏହାର କୌଣସି ଫଳାଫଳ ମିଳିନାହିଁ। ଆମେ ଆଶା କରୁଛୁ ଯେ ଆମେ ଫଳାଫଳ ପାଇବୁ। ବିଭାଗ କିମ୍ବା କଲେଜର କେହି ଆମକୁ ସହଯୋଗ କରିନଥିଲେ। ଏଥିରେ ସମଗ୍ର ବିଭାଗ ସାମିଲ ରହିଛି। ଶ୍ମଶାନରେ ତିନୋଟି ମୃତଦେହ ଥିଲା, କିନ୍ତୁ ଆମ ଝିଅର ଶବକୁ ପ୍ରଥମେ ଜାଳି ଦିଆଯାଇଥିଲା। ମୁଖ୍ଯମନ୍ତ୍ରୀ ନ୍ୟାୟ ପାଇବା କଥା କହୁଛନ୍ତି, କିନ୍ତୁ ତା ‘ପରେ ନ୍ୟାୟ ଚାହୁଁଥିବା ସାଧାରଣ ଲୋକଙ୍କୁ ଜେଲରେ ରଖିବାକୁ ଉଦ୍ଯମ କରାଯାଉଛି। ଆମେ ମୁଖ୍ଯମନ୍ତ୍ରୀଙ୍କ ଉପରେ ସନ୍ତୁଷ୍ଟ ନାହୁଁ। ଆମେ କୌଣସି କ୍ଷତିପୂରଣ ଗ୍ରହଣ କରିବାକୁ ମନା କରିଛୁ।