ଭାଷା ଗୋଟିଏ ଜାତିର ପରିଚୟ ଓ ଜ୍ଞାନର ମୁଖ୍ୟ ମାଧ୍ୟମ: ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ପୁରୀ : ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜାତୀୟ ସ୍ତରର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି।ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ଆୟୋଗ ପକ୍ଷରୁ ଆୟୋଜିତ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ ଭାଷା ଗୋଟିଏ ଜାତିର ପରିଚୟ ଓ ଭାଷା ବିନା ସବୁ ଦୁର୍ବଳ ବୋଲି କହିଥିଲେ।ଭାଷା କେବଳ ଗୋଟିଏ ବିଷୟ ନୁହେଁ ଏହା ଜ୍ଞାନର ମୁଖ୍ୟ ମାଧ୍ୟମ।ବୈଜ୍ଞାନିକ ଓ ବୈଷୟିକ ପ୍ରୟୋଗ ଓ ଉପଯୋଗ ଦ୍ଵାରା ଭାଷା ସମୃଦ୍ଧ ହେବ।ସେହିପରି ଅନୁବାଦ ଦ୍ଵାରା ଭାଷା ର ପ୍ରଚାର ପ୍ରସାର ସହଜ ହୋଇ ପାରିବ।

ତେଣୁ ଶିକ୍ଷା କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଉପଯୋଗୀତା ଅତ୍ୟନ୍ତ ଜରୁରୀ।ଏହା ଦ୍ବାରା ଭାଷା ର ତଥ୍ୟ ସଂଗ୍ରହ, ସଂରକ୍ଷଣ,ପ୍ରବାହ ଓ ପ୍ରୟୋଗ ସହଜ ହୋଇ ପାରିବ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ଭାବେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଧ୍ୟକ୍ଷ ପ୍ରଫେସର ଗିରିଶ ନାଥ ଝା ବିସ୍ତୃତ ସୂଚନା ଦେଇ ଓଡ଼ିଆ ଭାଷା ଭାରତର ଏକ ପ୍ରାଚୀନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା।ଏହାର ମନ୍ଦିର ଓ ସ୍ଥପତିରେ ଭାଷାର ପ୍ରୟୋଗ ଅତ୍ୟନ୍ତ ପ୍ରାଚୀନ।ତେଣୁ ବର୍ତ୍ତମାନ ବୈଜ୍ଞାନିକ ଓ ବୈଷୟିକ ପ୍ରକ୍ରିୟାରେ ଏହାକୁ ପରିବ୍ୟାପ୍ତ ଏବଂ ସୁରକ୍ଷିତ ପାଇଁ ଏହି ପ୍ରଶିକ୍ଷଣ ସହାୟକ ହୋଇ ପାରିବ ବୋଲି କହିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶଙ୍କର ପରିଡା,ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ପରମାଣିକ, ପ୍ରଫେସର କେ ବିଜୟ ଶଙ୍କର ସମସ୍ତ ବିକାଶ ର ଆଧାର ଭାଷା ହୋଇ ଥିବାରୁ ଭାଷାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଭଳି କର୍ମଶାଳା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ପ୍ରଫେସର ଶଶାଙ୍କ ଚୁଡାମଣି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ସି ଏସ ଟି ଟି ର ସହ ନିର୍ଦ୍ଦେଶିକା ବିନୋଦିନୀ ଦେବୀ ପ୍ରାରମ୍ଭିକ ସୂଚନା ଓ ମର୍ସୀମା ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ବିଦ୍ୟାଳୟର ସଭାପତି ସବିତା ଦାସ ଅତିଥି ମାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।ଡଃ ଆଭାଞ୍ଜଳୀ ଶତପଥୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।ପରେ ବିବର୍ତ୍ତନର ଗ୍ରହଣୀୟତା ଏବଂ ଓଡ଼ିଆ ରେ ବୈଜ୍ଞାନିକ ଏବଂ ବୈଷୟିକ କମ୍ପନ ଗୁଡିକ ର ଆହ୍ଵାନ, ବିଦ୍ୟାଳୟ ଶିକ୍ଷା ରେ ଭାଷା ତତ୍ତ୍ୱ ର ପ୍ରୟୋଗ ଏବଂ ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷାରେ ଜଗତୀକରଣର ପ୍ରଭାବ ସମ୍ପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ – ସମୀର ରଞ୍ଜନ ନାୟକ

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat