ସଶକ୍ତ ଓଡିଶା ଗଠନ ସରକାରଙ୍କ ଲକ୍ଷ୍ୟ:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ପୁରୀ : ସଶକ୍ତ ଓଡିଶା ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ।ସେଥିପାଇଁ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ କରିବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।ଆଜି ପୂର୍ବାହ୍ନରେ ନିମାପଡା ଶହୀଦ ସ୍ମୃତି ସଂସଦ ଠାରେ ମହିଳା ମାନଙ୍କ ସଶକ୍ତିକରଣ ଲକ୍ଷ୍ୟ ରେ କାନରା ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଋଣ ମେଳା ରେ କହିଥିଲେ।ଏହି ମେଳା ରେ ୪୧୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ

ଶ୍ରୀମତୀ ପରିଡା ପ୍ରଥମ ଥର ଲାଗି ମହିଳା ମାନଙ୍କ ପାଇଁ ଏଭଳି ଏକ ଋଣ ମେଳା ର ଆୟୋଜନ କରାଯିବା ସମଗ୍ର ମହିଳା ମାନଙ୍କ ପାଇଁ ଗର୍ବ ଓ ପ୍ରେରଣା ଦାୟକ ବୋଲି କହିଥିଲେ।ସଶକ୍ତ ଓଡିଶା ଗଠନ ରେ ସମସ୍ତ ଙ୍କ ର ଦାୟିତ୍ୱ ରହିଛି।ମହିଳା ମାନେ ସଶକ୍ତ ହେଲେ ପୁରା ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହେବ ଏତଦ୍ ବ୍ୟତୀତ ସମାଜ ଗଠନରେ ତାଙ୍କର ଭାଗିଦାରୀ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହାକୁ ଦୃଷ୍ଟିରେ ରଖି ମହିଳା ମାନ ଙ୍କୁ ସ୍ୱାବଲମ୍ବୀ କରାଯାଉଛି ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ମିଶନ ଶକ୍ତିର ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ, କାନଡା ବ୍ୟାଙ୍କ ମୁଖ୍ୟ ଦିବାକର ପ୍ରସାଦ ହରିଚନ୍ଦନ, ପି ସି ୱିଙ୍ଗ୍ସ ର ଜେନେରାଲ ମ୍ୟାନେଜର ମମତା ଏ ଜୋଶୀ,ଜଗଦୀଶ ଚନ୍ଦର,ରେଜିଓନାଲ ଚିଫ୍ ମହାମାୟା ପ୍ରସାଦ ରାୟ ଓ ନିମାପଡା କାନରା ବ୍ୟାଙ୍କ ମ୍ୟାନେଜର ମିଲନ ପୃଷ୍ଟି ପ୍ରମୁଖ ଯୋଗ ଦେଇ ମହିଳା ମାନ ଙ୍କୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାକୁ ଉପଯୋଗ କରି ସେମାନେ ନିଜର ଦକ୍ଷତା ପ୍ରତିପାଦିତ କରି ଉନ୍ନତି ପଥରେ ଅଗ୍ରସର ହେବାକୁ ଆହ୍ୱାନ ଦେଇଥିଲେ।

ରିପୋର୍ଟ – ସମୀର ରଞ୍ଜନ ନାୟକ

Leave a Reply

Your email address will not be published. Required fields are marked *

error: Content is protected !!