ବିଜେପିର ଜିଲ୍ଲାସ୍ତରୀୟ ସଦସ୍ୟତା ସଂଗ୍ରହ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ ) : ଯଶିପୁର ଠାରେ ଥିବା କନକ ରେସିଡେନସି ଠାରେ ବିଜେପି ର ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ର ଜିଲ୍ଲାସ୍ତରୀୟ ସଦସ୍ୟତା କର୍ମଶାଳା ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି ଏହି କର୍ମଶାଳା କୁ ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତନ ଓ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉଦଘାଟନ କରିଥିବା ବେଳେ, ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ,,କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦବ ହାଁସଦା, ବରିଷ୍ଠ ନେତା ସଞ୍ଜୀବ ମହାନ୍ତି,ରାଜ୍ୟ ମହିଳାମୋର୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାଶ,ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ପର୍ଯ୍ୟବେକ୍ଷକ ବିଷ୍ଣୁ ଦାଶ,ଜିଲ୍ଲା ଉପସଭାପତି ଦନାର୍ଦନ ବେହେରା,ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନ ମୋହନ ମହାନ୍ତ,ପ୍ରମୁଖ ଉପସ୍ଥିତ ଥିଲେ।

ସର୍ବପ୍ରଥମେ ବନ୍ଦେ ମାତରଂ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଜେପି ଏକ ସଂଗଠନ ଭିତ୍ତିକ ଦଳ ଓ ଏହା ତାର ସମସ୍ତ କାର୍ଯ୍ୟକ୍ରମ କୁ ସଂଗଠନ ସହିତ ମିଳିତ ଭାବେ କରିଥାଏ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ ଓ ଦଳର ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଙ୍କ ତତ୍ତ୍ୱବଧାନ ରେ ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲାରେ ଦେଢ଼ ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ ରଖାଯାଇଛି ଆଗାମୀ ଚାଳିଶ ଦିନ ମଧ୍ୟରେ ସଭ୍ୟସଂଗ୍ରହ ଡିଜିଟାଲ ମାଧ୍ୟମ ରେ ହେବ ବୋଲି ଦଳ ପକ୍ଷ ରୁ ସୂଚନା ଦିଆଯାଇଛି କର୍ମଶାଳା ରେ ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ର ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ରୁ କାର୍ଯ୍ୟକର୍ତା ଯୋଗଦେଇ ସଦସ୍ୟତା ସଂଗ୍ରହ ବିଷୟ ରେ ଉପସ୍ଥିତ ନେତୃମଣ୍ଡଳୀ ଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!