ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ):କେନ୍ଦୁଝର ଜିଲା ପାଟଣା ପୋଲିସ ରବିବାର ଜଣେ ମହିଳାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି ଗିରଫ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଞ୍ଜିଆ ୱାର୍ଡନମ୍ବର ୧୩ ନିଉନ୍ତି ସାହିର କାହ୍ନା ଗ୍ରହାଚାର୍ଯ୍ୟ(୨୪)। ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୨୦ରେ ପାଟଣା ଥାନାଅନ୍ତର୍ଗତ ସାହାରପଡା ବ୍ଲକ ର ଭାଲିଆଡିହା ଗ୍ରାମର କେତେଜଣ ମହିଳା କାହ୍ନାଙ୍କ କାର୍କୁ ଭଡ଼ାରେ ନେଇ ମୟୂରଭଞ୍ଜ ଜିଲ୍ଲା ବିଷୋୟୀ ଅଞ୍ଚଳ କୁ ଆଦିବାସୀ ମେଳା ଦେଖିବାକୁ ଯାଇଥିଲେ। ମେଳାରୁ ଫେରିବା ସମୟରେ ଜଣଙ୍କୁ ଛାଡ଼ି ସମସ୍ତ ମହିଳା ଓହ୍ଲାଇ ଯାଇଥିଲେ।
ଉକ୍ତ ମହିଳାଙ୍କ ଘର ଗାଁର ଶେଷ ମୁଣ୍ଡରେ ଥିବାରୁ ତାଙ୍କୁ ଘର ନିକଟକୁ ଛାଡ଼ିବାକୁ କାହ୍ନା ଯାଇଥିଲେ। କିନ୍ତୁ ସେ ମହିଳାଙ୍କୁ ଘରେ ନ ଛାଡ଼ି କରଞ୍ଜିଆ କୁ ନେଇ ଏକ ଘରେ ୪ ଦିନ ରଖ୍ ବଳାତ୍କାର କରିଥିଲେ। କୌଣସି ସୂତ୍ରରୁ ଖବର ପାଇଁ ମହିଳା ଜଣଙ୍କ ସ୍ୱାମୀ ଓ ତାଙ୍କ କିଛି ସାଥୀ କରଞ୍ଜିଆ ଖୋଜିବାକୁ ଆସିଥିବା ସମୟରେ ଉକ୍ତ ଯୁବକ ଓ ମହିଳା ଙ୍କୁ କରଞ୍ଜିଆ ବସଷ୍ଟାଣ୍ଡ ନିକଟରେ ଠାବ କରିଥିଲେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସାଥୀ ଙ୍କୁ ଦେଖି ଅଭିଯୁକ୍ତ କାନ୍ହା ବସ ଷ୍ଟାଣ୍ଡ ନିକଟ ଏକ ଘର ଛାତ ରୁ ଡେଇଁ ଯାଇଥିଲା ଆଘାତ ପ୍ରାପ୍ତ ଅବସ୍ଥା ରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ଚିକିତ୍ସା ପରେ କରଞ୍ଜିଆ ପୋଲିସ ତାକୁ ଥାନାକୁ ନେଇଥିଲା ପଚରା ଉଚରା ସମୟରେ ମହିଳା ଜଣଙ୍କ କାନ୍ହା ତାଙ୍କୁ ବଳାତ୍କାର କରିଥିବା ସ୍ବାମୀଙ୍କୁ କହିବା ପରେ ଏ ନେଇ ମହିଳା ପାଟଣା ଥାନାରେ ଅଭିଯୋଗ କରିଥିଲେ।
ପୋଲିସ କାହ୍ନାଙ୍କୁ କରଞ୍ଜିଆରୁ ଗିରଫ କରି କୋର୍ଟଚାଲାଣ କରିବା ସହ ତାଙ୍କ କାର୍କୁ ଜବତ କରିଛି । ରବିବାର ଡାକ୍ତରୀ ପରୀକ୍ଷା ଉଭୟଙ୍କ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହୋଇଥିବା ଘଟଗାଁ ଏସ୍ଡିପିଓ ପ୍ରଭାତ ତ୍ରିପାଠୀ କହିଛନ୍ତି । ଏ ନେଇ ପାଟଣା ଥାନାରେ ଏକ ମାମଲା (ନଂ.୨୮୨/୨୪) ରୁଜୁ ହୋଇଛି।ପୂର୍ବରୁ ମଧ୍ୟ କାନ୍ହା ଗ୍ରହାଚାର୍ଯ୍ୟ କରଞ୍ଜିଆ ଥାନା ମଣ୍ଡୁଆ ର ଜୈନେକ ମହିଳା ଙ୍କ ଘରେ ପଶିଥିବା ବେଳେ ଗ୍ରାମବାସୀ କାନ୍ହା ଓ ଉକ୍ତ ମହିଳା ଙ୍କୁ ସର୍ବସାଧାରଣ ରେ ଲଣ୍ଡିତ କରିଥିବା ଘଟଣା ସେ ସମୟରେ ରାଜ୍ୟ ଯାକ ଚର୍ଚ୍ଚାର ବିଷୟ ପାଲଟିଥିଲା ।