ଅମିତ ଶାହାଙ୍କ ସହ ସାକ୍ଷାତ କଲେ ଚମ୍ପାଇ ସୋରେନ,ଅଗଷ୍ଟ ୩୦ରେ ବିଜେପିରେ ଯୋଗଦେବେ

ରାଞ୍ଚି : ବିଶିଷ୍ଟ ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ ଅଗଷ୍ଟ ୩୦ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ଆସାମର ମୁଖ୍ଯମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ଏହି ଘୋଷଣା କରିଛନ୍ତି।୮୧ଟି ବିଧାନସଭା ଆସନ ଥିବା ଝାଡ଼ଖଣ୍ଡରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଆସାମ ମୁଖ୍ଯମନ୍ତ୍ରୀ ହିମାଂତା ବିଶ୍ୱ ଶର୍ମା କହିଛନ୍ତି, “ଝାଡ଼ଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଆମ ଦେଶର ଜଣେ ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ କିଛି ସମୟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ସେ ଅଗଷ୍ଟ ୩୦ ରେ ରାଞ୍ଚିରେ ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗଦେବେ। ଗତ ସପ୍ତାହରେ ଚମ୍ପାଇ ସୋରେନ କହିଥିଲେ ଯେ ସେ ରାଜନୀତି ଛାଡ଼ିବେ ନାହିଁ। “ମୁଁ ତିନୋଟି ବିକଳ୍ପ ବିଷୟରେ ଉଲ୍ଲେଖ କରିଥିଲି-ଅବସର, ସଂଗଠନ କିମ୍ବା ବନ୍ଧୁ। ମୁଁ ଅବସର ନେବି ନାହିଁ, ମୁଁ ଦଳକୁ ମଜବୁତ କରିବି।ଯଦି ମୁଁ ରାସ୍ତାରେ ଜଣେ ଭଲ ବନ୍ଧୁ ପାଇବି ତେବେ ଏକ ନୂତନ ଦଳ ଗଠନ କରିବି ଏବଂ ଏହା ସହିତ ଆଗକୁ ବଢ଼ିବି।

ଝାଡ଼ଖଣ୍ଡରେ ନିଜର ମୂଳଦୁଆକୁ ମଜବୁତ କରିବାକୁ ଚାହୁଁଛି ବିଜେପି।

ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଦଳ ଝାଡ଼ଖଣ୍ଡରେ ନିଜର ମୂଳଦୁଆକୁ ମଜବୁତ କରୁଛି। ଚମ୍ପାଇଙ୍କ ବିଜେପିରେ ଯୋଗଦେବା ଏକ ରଣନୈତିକ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ମଧ୍ଯରେ ଦଳର ପ୍ରଭାବ ବୃଦ୍ଧି କରିବାର ସମ୍ଭାବନା ରହିଛି।

ଚମ୍ପାଇ ଜେ.ଏମ୍.ଏମ୍. ଛାଡ଼ିବାର କାରଣ କଣ ଥିଲା?

ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏମ ନେତାଙ୍କୁ ମୁଖ୍ଯମନ୍ତ୍ରୀ ପଦବୀରେ ନିଯୁକ୍ତ କରାଯାଇଥିଲା। ଏହାପରେ ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ଜୁଲାଇ ୩ ତାରିଖରେ ଚମ୍ପାଇ ସୋରେନଙ୍କୁ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। କେତେକ ଗଣମାଧ୍ଯମ ରିପୋର୍ଟ ଅନୁଯାଯ଼ୀ, ସେ ଅସନ୍ତୁଷ୍ଟ ଥିଲେ ଯେ ହେମନ୍ତ ସୋରେନଙ୍କୁ ପୁଣିଥରେ ମୁଖ୍ଯମନ୍ତ୍ରୀ କରିବା ପାଇଁ ତାଙ୍କୁ ମୁଖ୍ଯମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!