ମୟୁରଭଞ୍ଜ (ରିପୋର୍ଟର ଜିତେନ୍ଦ୍ର ରାଜ):ରାଜ୍ୟରେ ନେତୃତ୍ୱ ପରିବର୍ତନ ପରେ ନୂତନ ମୋହନ ମାଝୀ ସରକାରଙ୍କ ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ନିର୍ବାଚନୀ ଘୋଷଣା ” ସୁଭଦ୍ରା ଯୋଜନା “ର ମାର୍ଗଦର୍ଶିକା ଗତକାଲି ଜାରୀ ହେବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଶୁଭଦ୍ରା ଯୋଜନାର କାର୍ଯ୍ୟକାରିତା ନିମନ୍ତେ ଆଜି କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ପାଞ୍ଚପିଢ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ବିଡ଼ିଓ ସୁଶାନ୍ତ କୁମାର ସୁତାର,ସିଡ଼ିପିଓ ଭାରତୀ ସାହୁ, ବିଏଲସି ଦୀପ୍ତି ପଣ୍ଡା, ଉପଖଣ୍ଡ ପ୍ରୋଗ୍ରାମ ଅଧିକାରିଣୀ ମଞ୍ଜୁଳା ବେହେରା,ମିଶନଶକ୍ତି ସଂଯୋଜକ ଅମରେଶ ନାୟକ,ଯୋଗାଣ ନିରୀକ୍ଷିକା ସାହେବାଣି ନାଏକ ଯୋଗଦେଇ ଶୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ଓ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜାରୀ ମାର୍ଗଦର୍ଶିକା ବାବଦରେ ଉପସ୍ଥିତ ଅଙ୍ଗନୱାଡି କର୍ମୀ ଓ ଅନ୍ୟ କର୍ମଚାରୀ ଙ୍କୁ ଅବଗତ କରାଇଥିଲେ କାର୍ଯ୍ୟକ୍ରମ ରେ କରଞ୍ଜିଆ ବ୍ଲକ ଓ ଏନଏସି ର ସମସ୍ତ ଅଙ୍ଗନୱାଡି କର୍ମୀ ଓ ଯୋଜନା ସମ୍ପର୍କିତ କର୍ମଚାରୀ ମାନେ ଯୋଗଦେଇଥିଲେ