ମୟୁରଭଞ୍ଜ(ରିପୋର୍ଟ -ଜିତେନ୍ଦ୍ର ରାଜ):କରଞ୍ଜିଆ ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ର ଯୁବ ସଂଗଠକ ତଥା ବିଜେପି ଯୁବମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ବେହେରା ( ଆପୁ ) ଙ୍କ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗ ହୋଇଛି ଗତକାଲି ରାତି ରେ ସେ ଅସୁସ୍ଥ ହୋଇପଡିବାରୁ ପ୍ରଥମେ ଶୁକୃଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦୁଝର ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ସେ ଜଣେ ଅତ୍ୟନ୍ତ ମେଳାପୀ ଓ ଦୃଢ଼ ମନା ସଂଗଠକ ଥିଲେ ତାଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକ ପ୍ରକାଶ ପାଇଛି।

ତାଙ୍କ ମୃତ୍ୟୁ ଖବର ପାଇବା ପରେ ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ, ଶ୍ରମ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ,ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ଉପସଭାପତି ଦନାର୍ଦନ ବେହେରା,ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନ ମୋହନ ମହାନ୍ତ,ଜୟଦ୍ରଥ ଗିରି, ସଞ୍ଜୀବ କୁମାର ପାଣିଗ୍ରାହୀ,ଦେବେନ୍ଦ୍ର ମହାନ୍ତ, ଲକ୍ଷ୍ମୀକାନ୍ତ ରାମ ଙ୍କ ସମେତ ଜିଲ୍ଲାର ଅନେକ ବିଜେପି ନେତୃତ୍ୱ ମଣ୍ଡଳୀ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରିଥିଲେ ପରେ ସ୍ଥାନୀୟ ସ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ