ଭୁବନେଶ୍ୱର (ରିପୋର୍ଟ -ସମୀର ରଞ୍ଜନ ନାୟକ ): ଖୋର୍ଦ୍ଧାଜିଲ୍ଲା ଅଧୀନସ୍ଥ ବାଣପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁଇଟି ପଂଚାୟତ ନୀଳାଦ୍ରୀ ଓ ଦାମୀଆ ବରବାର ଏହି ଦୁଇଟି ପଂଚାୟତ ଜଙ୍ଗଲ ମଧ୍ୟରେ ରହିଛି l ବାଣପୁର ବ୍ଲକ ଠାରୁ ପଶ୍ଚିମଦିଗକୁ ଲମ୍ବିଯାଇଛି ଏକ ସରୁ ପିଚୁ ରାସ୍ତାଟିଏ ସାନସିରେଇପୁର ଗାଁ ଠାରୁ ଆରମ୍ଭ ହୋଇଛି ରାସ୍ତାଦୁଇ ପାର୍ଶ୍ୱ ରେ ଘଅଞ୍ଚଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହି ଉଚ୍ଚ ଉଚ୍ଚ ପର୍ବତ ରହିଛି l ଏହି ଅଞ୍ଚଳକୁ ପ୍ରବେଶ ପାଇଁ ପାଞ୍ଚ ଟି ରାସ୍ତାରହିଛି l ପଥମଟି ହେଲା ବାଣପୁର ପଲଟଣ ପଡିଆ ଦେଇ, ଦ୍ୱତୀୟ ଟି ରହିଛି ଏହି ବ୍ଲକ ଅଧୀନସ୍ତ ଆୟତପୁର ଅନ୍ଧାରୀ ବାଟଦେଇ ଏକ ପାଦଚଲା ରାସ୍ତା ଏହି ରାସ୍ତା ଆଗରୁ ଏକପଥର ରାସ୍ତା ଥିଲା ଏହି ରାସ୍ତା ରେ ଶଗଡ଼, ମୋଟର ସାଇକେଲ ଆଦି ରେ ଜାତ ଆତ କରୁଥିଲେ ଲୋକେ l
ଏବେ ସମ୍ପୂର୍ଣ ବନ୍ଧ ହୋଇ ଯାଇଛି ଲୋକ ପାଦରେ ଚାଲିଚାଲି ଆଖପାଖଲୋକ ଜାତଆତ କରନ୍ତି ତୃତୀୟ ଟି ରାସ୍ତା ହେଲା ଗଞ୍ଜାମ ଜିଲ୍ଲା ସୀମାନ୍ତ ର କୁମାରୀପାରି ଗାଁ ଓ ଆସ୍କା ବଟଦେଇ ଦାମିଆବରବାର ପଞ୍ଚାୟତରେ ପ୍ରବେଶ କରନ୍ତି ଏହି କୁମାରୀ ପାରି ଗାଁ ବାଟ ଦେଇ ଗାଡି ମୋଟର ଆଦି ଜାତଆତ ସ୍ଥlନିୟ ଲୋକ ମାନେ l ଚତୃର୍ଥ ରାସ୍ତାଟି ବରବାର ଜଙ୍ଗ ଭିତରେ ଏକ ପାଦଚଲା ରାସ୍ତାଟିଏ ରହିଛି ନୟାଗଡ ଜିଲ୍ଲା କୁ l ସୂଚନା ଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲା ଏହି ଅନ୍ୟତମ ଜଙ୍ଗଲ ଖ୍ୟାତି ଅର୍ଜିଥିବା ବରବରା ର ଭାଗ୍ୟ ଏବେ ନାଲିଫିତା ତଳେ l
ଏସିଆ ମହାଦେଶର ଏ ସର୍ବଦୃହତମ ସାଗୁଆନ ଜଙ୍ଗଲ ଅଭରଣ୍ୟ ମାନ୍ୟତା ଦେବାକୁ 2019 ମସିହାରୁ ପ୍ରସ୍ତାବ ଯାଇଛି l ଏ ପ୍ରସ୍ତାବ ଉପରେ ତୁହାକୁତୁହା ସର୍ଭେ ହୋଇଛି l ବରବାର ଜଙ୍ଗଲ ପ୍ରାୟ 1800 ମସିହାରୁ ରହିଛି l ନୟାଗଡ଼ ଜିଲ୍ଲାଠୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ର ଆସିକା, ଭଞ୍ଜନଗର ଆଡ଼କୁ ବ୍ୟାପିଛି ଏ ଜଙ୍ଗଲ ଦୁଇ ଶହ ବର୍ଷ ଭିତରେ ବିରାଟ ଓ ମହତ୍ୱପୂର୍ଣ ହୋଇଛି l ଏ ଜଙ୍ଗଲର ଗୋଟିଏ ଗୋଟିଏ ଗଛର ଗଲେଇ ପ୍ରାୟ 16/18 ପୁଟ କମ ନୁହେଁ l ଜଙ୍ଗଲ ଏକଦା ସିଆରପିଏଫ ଯବାନ ଜଗୁଥିଲେ l 1999 ମସିହା ରୁ 2013 ମସିହା ପର୍ଯ୍ୟନ୍ତ ସ୍ୱତନ୍ତ୍ରଭାବେ ଗୋଟିଏ କମ୍ପାନୀ ସିଆରପିଅଫ ଯବାନ ଜଙ୍ଗଲ ସାରା ପଇଁତରା ମାରୁଥିଲେ। ବର୍ତମାନ ସୁରକ୍ଷା ଦାଇତ୍ୱରରେ ଥିବା କର୍ମଚାରୀ କେବଳ କେବେ କେଉଁ ଦିନ ଅନ୍ଧାରୀ ଜଙ୍ଗଲ ମୁହଁରୁ ଘେରାଏ ବୁଲି ଆସନ୍ତି।