ରାସନକାର୍ଡ E kyc କରିବା ପ୍ରସଙ୍ଗ,ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର(ରିପୋର୍ଟ -ସମୀର ରଞ୍ଜନ ନାୟକ ):E kyc କୁ ନେଇ କୌଣସି ଦ୍ଵନ୍ଦ କାହାର ରହିବା ଉଚିତ୍ ନୁହେଯେଉଁମାନେ E kyc କରି ପାରିନାହାନ୍ତି। ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବୁ। ଆମର ଉଦ୍ଦେଶ୍ଯ କାହାର ରାସନକାର୍ଡ କାଟିବା ନୂହେଁ, ଯୋଡ଼ିବା। ତେବେ E-KYC ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ମିଳିବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ଚିନ୍ତା କରିବା ଆବଶ୍ୟକ ନାହିଁ, ସର୍ଭେ କେବଳ ମୃତ ଓ ଅଯୋଗ୍ୟଙ୍କ ପାଇଁ ରହିଛି।

ସାମିଲ ହୋଇଥିବା କେହି ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିବେନି। ପରିବାରର କେହି ବାହାରେ ଥିଲେ, ଆରାମରେ ଆସି E-KYC କରିପାରିବେ। ସମସ୍ତ E-KYC ଯାଞ୍ଚ ସରିବା ପରେ ଏହି ପ୍ରକ୍ରିୟା ବନ୍ଦ କରାଯିବ ବୋଲି ସେ କହିଛନ୍ତି।ବାର୍ଡ ଫ୍ଲୁ ଆତଙ୍କ ; ଚାଷୀଙ୍କୁ ମିଳିବ କ୍ଷତିପୂରଣ, ମନ୍ତ୍ରୀଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି। କିଛି ସ୍ଥାନରେ ଆଇ ସ୍କାନ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପଡେଟ୍‌ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!