ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ) : ସ୍ୱର୍ଗଦ୍ୱାର ସ୍ଥିତ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତା ୨୯.୦୮.୨୦୨୪ରିଖ ଗୁରୁବାର ଦିନ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ୧୨୦ତମ ଜୟନ୍ତୀ ଦିବସ ଉପଲକ୍ଷେ ପାଳିତ ହେଉ ଥିବା “ଜାତୀୟ ଖେଳ ଦିବସ “ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରମତୀ ସୁଚରିତା ପ୍ରତିହାରିଙ୍କ ଅଧ୍ୟକ୍ଷତା ପାଳିତ ହୋଇ ଯାଇଛି, ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୁସ୍ତି ବିତ ତଥା ସମାଜ ସେବୀ ଶ୍ରୀମନ୍ଦିର ସେବାୟତ ଭଗବାନ ସୁଆର ଯୋଗ ଦେଇ ବିଦ୍ୟର୍ଥୀ ମାନଙ୍କୁ ଶିକ୍ଷା ଓ କ୍ରୀଡା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ବରେଣ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରାକ୍ତନ କ୍ରୀଡା ଶିକ୍ଷୟତ୍ରୀ ସରୋଜ ବାଳା ପଟ୍ଟନାୟକ, ଫୁଟୁବଲ ପ୍ରଶିକ୍ଷକ ଗାୟତ୍ରୀ ସେଠୀ, ଟାଇକୁନ ପ୍ରଶିକ୍ଷିକ ବିଶ୍ୱନାଥ ନାୟକ, ଓ ସର୍ବୋପରି ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟlଳୟ ର କ୍ରୀଡା ପ୍ରଶିକ୍ଷକ ଗୌତମ ଚୌଧୁରୀ ଯୋଗ ଦେଇ କ୍ରୀଡାର ଉପାଦେୟତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ବିଦ୍ୟାଳୟ ରେ ଅନୁଷ୍ଠିତ ଚିତ୍ରାଙ୍କନ, ପ୍ରବନ୍ଧ, ଦୌଡ଼ ଡିଆଁ, କବାଡି ଓ ବନlଟି ପ୍ରତି ଯୋଗୀତାର କୃତି ପ୍ରତି ଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l
ପ୍ରାରମ୍ଭରେ ବିଦ୍ୟାଳୟର ମୋ ସ୍କୁଲ କମିଟିର ସଭାପତି ସୁକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ କରିଥିଲେ। ଫୁଟବଲ ପ୍ରଶିକ୍ଷକ ଗାୟତ୍ରୀ ସେଠୀ ମେଜର ଧ୍ୟାନଚାନ୍ଦଙ୍କ ଉପରେ ଆଧାରିତ ବିଭିନ୍ନ ପ୍ରଶ୍ନ ବିଦ୍ୟାର୍ଥୀମାନଙ୍କୁ ପଚାରିବା ସହ ସଠିକ ଉତ୍ତର ପ୍ରଦାନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ ସୁଚାରୁ ରୂପେ ପରିଚାଳନା କରିଥିଲେ। ସର୍ବ ଶେଷରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା।