ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୂବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ଚଳିତ ବର୍ଷ ରଥଯାତ୍ରା ସମୟରେ ଆଡ଼ପ ପହଡି ସମୟ ରେ ବଡ଼ଠାକୁର ପଡ଼ିଯିବା ଘଟଣା ର ପ୍ରତିକାର ପାଇଁ ରାଜ୍ୟ ସରକାର ପୂଜା କରିବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ସୂଚନା ମୁତାବକ । ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣ । ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ହେଲେ ବଡ଼ ଠାକୁର ପଡ଼ି ନାହାନ୍ତି । ସେବାୟତଙ୍କ ପିଠିରେ ଭରା ଦେଇ ରହିଯାଇଥିଲେ। ତଦନ୍ତରୁ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିବା ଜଣାପଡ଼ିଛି।ତେଣୁ ଏଥିପାଇଁ ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭାସହ ସହ କଥାବାର୍ତ୍ତା ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଏଥିପାଇଁ ସମୟ ନିର୍ଘଣ୍ଟ ବାହାର କଲେ ପ୍ରତିକାର ପୂଜା ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ।

Leave a Reply

Your email address will not be published. Required fields are marked *

error: Content is protected !!