କୁମାରକେଳି ସ୍କୁଲରେ ଏଚଆଇଭି ଏଡ଼ସ ସଚେତନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜୁନିଅର ରେଡ଼କ୍ରସ ୟୁନିଟ ଆନୁକୂଲ୍ୟରେ ଏଚଆଇଭି /ଏଡ଼ସ ଓ ଡେଙ୍ଗୁ ରୋଗ ଉପରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ଚାନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଲୋକ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଛାତ୍ର ଜୀବନ ରେ ଶୃଙ୍ଖଳା, ଉତ୍ତମ ବ୍ୟବହାର ଗଠନ ତଥା ଆତ୍ମ ସଚେତନ ର କୌଶଳ କିପରି ଜଣେ ଛାତ୍ରକୁ ଏକ ଉତ୍ତମ ବ୍ୟକ୍ତିତ୍ୱ ରେ ପରିଣତ କରିଥାଏ, ସେ ଉପରେ ଉପଦେଶ ଦେଇଥିଲେ l

ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ୍ୱର ଦାଶ ଓ ମୁକେଶ ଭୋଇ ଯୋଗଦାନ କରି ସ୍ୱାସ୍ଥ୍ୟ ହିଁ ଅମୁଲ୍ୟ ସମ୍ପଦ ଏବଂ ପ୍ରତ୍ୟେକ ଛାତ୍ର କୁ ଉପଯୁକ୍ତ ବାତାବରଣ ଯୋଗେଇଦେବା ଉପରେ ମତ ବ୍ୟକ୍ତ କରିଥିଲେ l ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସଚେତନ ହିଁ ନିରୋଗ ରହିବା ର ମୁଖ୍ୟ ଅସ୍ତ୍ର ବୋଲି ମତବ୍ୟକ୍ତ କରିବା ସହ, ଏଡ଼ସ ଭଳି ମାରାତ୍ମକ ରୋଗ ରୁ ନିଜକୁ ଦୁରେଇ ରଖିବା ପାଇଁ ବିଦ୍ୟାଳୟ ସ୍ତରରୁ ପିଲାଙ୍କୁ ସଚେତନ କରିବା ର ଆବଶ୍ୟକତା ରହିଛି। ସୋନପୁର BCC ଗୋପେଶ ପଣ୍ଡା ପ୍ରାଥମିକ ଚିକିତ୍ସା ତଥା ଜୀବନ କୌଶଳ ସମ୍ବନ୍ଧରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କୁ ନମୁନା ପ୍ରଦର୍ଶନ କରିଥିଲେ l

ଗ୍ରାମୋତ୍ଥାନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ପଧାନ ଗ୍ରାମାଞ୍ଚଳ ରେ ଶୈକ୍ଷିକ ଉନ୍ନତି ପାଇଁ ସଂସ୍ଥା ର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ମହଦା ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଦୀପ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନିମନ୍ତ୍ରିତ ଅତିଥି ଙ୍କ ଦ୍ୱାରା ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଲିଖିତ ସୃଜନାତ୍ମକ ପ୍ରାଚୀର ପତ୍ର ‘ମହକ’ ର ଉନ୍ମୋଚନ କରାଯାଇଥିଲା ତତ ସଙ୍ଗେସଙ୍ଗେ ସ୍କୁଲ ର ନାମ ଫଳକ ଉଦଘାଟନ ଏବଂ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l

ଅବିଭାବିକା ମାନଙ୍କ ମଧ୍ୟରେ ଏକ ରଙ୍ଗୋଲି ଓ ଝୋଟିଚିତ୍ର ର ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ବିଦ୍ୟାଳୟ ର ସହକାରୀ ଶିକ୍ଷକ ନରେନ୍ଦ୍ର ନାଗ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଭରତ ହରିପାଲ ଧନ୍ୟବାଦ ଅର୍ପଣ କରିଥିଲେ l ଅଚ୍ୟୁତ ରଣା ଙ୍କ ନେତୃତ୍ୱ ରେ ସାଂସ୍କୃତିକ କାର୍ଯ୍ୟକ୍ରମ , ଖିରେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ପ୍ରାଚୀର ପତ୍ର, ଶିବରାମ ଚାନ୍ଦ, ଦିଲ୍ଲୀପ ପଣ୍ଡା ଓ ସତ୍ୟନାରାୟଣ ମେହେର ଙ୍କ ନେତୃତ୍ୱ ରେ ସଚେତନ ରାଲି ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat