ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ପାଇଁ ଅଢିଆ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ : ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ ର ରେଲୱେ ଷ୍ଟେସନ ସାମ୍ନା ରେ ଅତାବିରା ଅଞ୍ଚଳର ୧୦ ଜଣ ଅସହାୟ ପରିବାର ଓ କୁଷ୍ଠ ରୋଗୀଙ୍କୁ ମୁକ୍ତି ପାଇଥିବା ୧୦ ଟି ପରିବାର କୁ ଆଜି ନୂଆଁଖାଇ ପାଇଁ ଅଢିବା ବଣ୍ଟନ କରାଯାଇଛି ଏହି ଅଢିଆ ରେ ସମସ୍ତ ପ୍ରକାର ରାସନ ସାମଗ୍ରୀ, ପନିପରିବା,ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା, କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀକା ନମିତା ମିଶ‌‌ଶ୍ର (ଅନୁଗୁଳ), ରାମଚଣ୍ଡୀ ମନ୍ଦିର ର ସଭାପତି ଶ୍ରୀ ଦିବାକର ପ୍ରଧାନ, ସଭାପତି ଭାବେ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଡଃ ଅଜିତ କୁମାର ବାରିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଅଢିବା ବଣ୍ଟନ କରିଥିଲେ,ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗରିବ ବନ୍ଧୁ ସମ୍ମାନ ନମିତା ମିଶ୍ର ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସମ୍ବଲପୁର ଜିଲ୍ଲା ମଣ୍ଡଲ ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସାହୁ,ପରେଶ କୁମାର ମେହେର, ବୃନ୍ଦାବନ ବେହେରା, ଶ୍ୟାମ ମେହେର,ପାୟଲ ପାତ୍ର, ସଂଜୀବ ଦାଶ, ଶେଷଦେବ ଦାଶ, ମନିଷ ଶର୍ମା,ମାନସ ଉପଦେଷ୍ଟା ଶ୍ରୀ ଶିବାନନ୍ଦ ମଟାରୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବାବେଲେ,ଜନ କଲ୍ୟାଣ ସେବା ଟ୍ରଷ୍ଟ ଅଢିଆ ବଣ୍ଟନ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ସମସ୍ତ ଦାତା ମାନଙ୍କ ପାଇଁ କୁଷ୍ଠ ରୋଗରୁ ମୁକ୍ତ ପାଇଥିବା ଅସହାୟ ପରିବାର ଓ ଅସହାୟ ମାନେ ହୁଲହୁଲି ସହ ଆଶିର୍ବାଦ କରିଥିଲେ, ପ୍ରକାଶ ଥାଉକି ଏହି ଅଢିଆ ବଣ୍ଟନ କାର୍ଯ୍ୟକ୍ରମ ୬ ବର୍ଷ ରେ ପଦାର୍ପଣ କରିଛି,ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!