ରାହୁଲ ଗାନ୍ଧୀ ବିଦେଶରେ ପରିହାସିତ,ଜଣାନାହିଁ ଇଣ୍ଡି ମେଣ୍ଟ ବିଷୟରେ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ନିଜର ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଭାରତରେ ସମାଲୋଚନାର ଶିକାର ହୋଇଛନ୍ତି।

ବର୍ତମାନ ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ଏବେ ତାଙ୍କୁ ପରିହାସ କରାଯାଉଛି।

ବିଦେଶରେ ନିଜକୁ ପରିହାସିତ କରାଇଲେ ରାହୁଲ।

ଭାଇରାଲ ଭିଡିଓଟି ୱାଶିଂଟନର ଜର୍ଜଟାଉନ ବିଶ୍ୱବିଦ୍ୟାଳୟର। ଯେଉଁଠାରେ ରାହୁଲ ଛାତ୍ରମାନଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ ତାଙ୍କୁ ଇଣ୍ଡିଆ ଆଲାଏନ୍ସ ବିଷୟରେ ପଚରା ଉଚୁରା କରାଯାଉଛି। ରାହୁଲଙ୍କୁ ପ୍ରଥମ ପ୍ରଶ୍ନ ଥିଲା ଯେ ଆପଣ ଏନ୍.ଡି.ଏ. ର ବିକଳ୍ପ ଭାବେ ଦେଖାଯାଉଥିବା ”ଇଣ୍ଡି”ମେଣ୍ଟକୁ ନେତୃତ୍ୱ ଦେଉଛନ୍ତି। ଏହାର ଉତ୍ତରରେ ରାହୁଲ କହିଥିଲେ ଯେ ଏହା I.N.D.I ମେଣ୍ଟ ନୁହେଁ, ବିଜେପି ଏହାକୁ ପ୍ରସ୍ତୁତ କରୁଛି। ଏହା ହେଉଛି ଭାରତ ମେଣ୍ଟ। ଏହା ପରେ ରାହୁଲଙ୍କୁ ପଚରାଯାଏ ଯେ ‘I’ କୁ କିଏ ଇଣ୍ଡିଆ ଆଲାଏନ୍ସରେ ପ୍ରତିନିଧିତ୍ୱ କରନ୍ତି।

ରାହୁଲଙ୍କ ଗୁମର ଖୋଲିଗଲା

ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି ଯେ ଏଥିରେ ‘ଆଇ”ର ଅର୍ଥ ହେଉଛି ମେଣ୍ଟ। ଏହି ସମୟରେ ରାହୁଲଙ୍କ ପାଖରେ ବସିଥିବା ବ୍ୟକ୍ତି ମଧ୍ୟ ହସୁଥିବାର ଦେଖିବାକୁ ମିଳିଛି। ଭିଡିଓଟି ସାମ୍ନାକୁ ଆସିବା ପରଠାରୁ ଲୋକମାନେ ରାହୁଲଙ୍କୁ ପରିହାସ କରୁଛନ୍ତି। ଜଣେ ବ୍ୟବହାରକାରୀ କହିଛନ୍ତି, “ସିଲାବସ୍ ପ୍ରଶ୍ନ ବାହାରେ ଥିବାବେଳେ ରାହୁଲ ଏହିପରି ଶୂନ୍ୟ ହୋଇଯାଆନ୍ତି।” ଜଣେ ଲେଖିଛନ୍ତି ଯେ ଏହା କମଳା ହାରିସଙ୍କ ମେଲ ସଂସ୍କରଣ | ଜଣେ ହସି ହସି ଲେଖିଥିଲେ ଯେ ରାହୁଲଙ୍କ ପୋଲ ଖୋଲି ଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!