ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢେଇଭୋଳ ଆଜାଦ ସ୍ପୋର୍ଟ ଏବଂ କଲଚରାଲ କ୍ଲବ ଆନୁକୂଲ୍ୟରେ ସର୍ବଭାରତୀୟ ଆଜାଦ କପ ଫୁଟବଲ ଟୁର୍ନାମେଣ୍ଟ ଚଢେଇଭୋଳ ଷ୍ଟାଡିଅମ ଠାରେ ଆଜି ଉଦଘାଟିତ ହୋଇଯାଇଛି ଏହି ଟୁର୍ନାମେଣ୍ଟ ରେ ରାଜ୍ୟ ଓ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ର ୮ ଟି ଟିମ ଅଂଶ ଗ୍ରହଣ କରିଛନ୍ତି ଆଜି ଏହି ଟୁର୍ନାମେଣ୍ଟ କୁ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ ଚଢେଇଭୋଳ ଫାଣ୍ଡି ଅଧିକାରୀ ଜୟନ୍ତ ପାଣିଗ୍ରାହୀ, କ୍ଲବ ର ସଭାପତି ରୁହୁଲ ଅମିନ ସମ୍ପାଦକ ଖାଲିଲୁର ରେହେମାନ ଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଆଜିର ମ୍ୟାଚ ଜିଏସ ବଡ଼ବିଲ ଓ ଠକ୍କର ବପା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ କୁ ଜିଏସ ବଡ଼ବିଲ ୨ /୧ ଗୋଲ ରେ ବିଜୟୀ ହୋଇଥିଲା ଆଜି ମ୍ୟାଚ ଦେଖିବାକୁ ଚଢେଇଭୋଳ ଷ୍ଟାଡିଅମ ଠାରେ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ୨୨ ସେପ୍ଟେମ୍ବର ରେ ଏହାର ଫାଇନାଲ ମ୍ୟାଚ ସହିତ ଟୁର୍ନାମେଣ୍ଟ ଉଦଯାପନ ହେବ ଓ ଏହି ଟୁର୍ନାମେଣ୍ଟ ରେ ବିଜେତା ଦଳ କୁ ଟ୍ରଫି ସହିତ ନଗଦ ୧ ଲକ୍ଷ ଟଙ୍କା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ନଗଦ ୭0 ହଜାର ଟଙ୍କା ଓ ପ୍ରତ୍ୟେକ ମ୍ୟାଚ ର ମ୍ୟାନ ଅଫ ଦ ମ୍ୟାଚ, ଶ୍ରେଷ୍ଠ ସ୍କୋରର, ମ୍ୟାନ ଅଫ ଦ ଟୁର୍ନାମେଣ୍ଟ ଭଳି ଆକର୍ଷଣୀୟ ପୁରସ୍କାର ରଖାଯାଇଥିବାଆଜାଦ ସ୍ପୋର୍ଟ ଏବଂ କୋଳଚରାଲ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।